ଡେସ୍କ: ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭାଗ ନେବା ପାଇଁ ଆହ୍ୱାନ ଦେଇଛନ୍ତି। ଆଜି ଭୋଟର ସଚେତନତା ସୃଷ୍ଟି ଲାଗି ମହାରାଷ୍ଟ୍ରର ପୁଣେରେ ଆୟୋଜିତ ଏକ ସାଇକେଲ ର୍ୟାଲିରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ଅବସରରେ ପୁଣେ ବାଲେୱାଡ଼ି ସ୍ଥିତ ଶ୍ରୀ ଛତ୍ରପତି ଶିବାଜୀ ମହାରାଜ ସ୍ପୋର୍ଟସ୍ କଂପ୍ଲେକ୍ସ ଠାରୁ ଏକ ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀକାନ୍ତ ଦେଶପାଣ୍ଡେ, ପୁଣେ ଡିଭିଜନାଲ କମିଶନର ସୌରଭ ରାଓ, ଜିଲ୍ଲାପାଳ ରାଜେଶ ଦେଶମୁଖ, ଅଲମ୍ପିକ ଖେଳାଳି ଅଞ୍ଜଳି ଭାଗବତ, ଚଳଚ୍ଚିତ୍ର ନିର୍ଦ୍ଦେଶକ ନାଗରାଜ ମଞ୍ଜୁଳେ ଏବଂ ଭୋଟରମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ଭାରତୀୟ ନିର୍ବାଚନ ଆୟୋଗ ପ୍ରତ୍ୟେକ ବର୍ଷ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସ୍ୱତନ୍ତ୍ର ଭୋଟର ସୂଚୀ ସଂଶୋଧନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।
Popular Categories



