www.samajalive.in
Sunday, December 14, 2025
26.1 C
Bhubaneswar

ଭାଗିପାଲି ସ୍କୁଲରେ ପାନୀୟ ଜଳ ସମସ୍ୟା; ଦୁଇ ନଳକୂପ ଅଚଳ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଗିପାଲି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଦୁଇଟି ଯାକ ନଳକୂପ ଅଚଳ ହୋଇ ପଡିଥିଲେ ମଧ୍ୟ ଏହାର ମରାମତି କରାଯାଉନାହିଁ । ଫଳରେ ସ୍କୁଲର ଛାତ୍ରଛାତ୍ରୀମାନେ ପିଇବା ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ସ୍କୁଲରେ ଦୁଇଟି ନଳକୂପ ଅଛି । କିନ୍ତୁ ଦୁଇଟି ଯାକ ଅଚଳ ହୋଇ ପଡିଛି । ଗୋଟିଏ ନଳକୂପ ଫେବୃଆରୀ ମାସରୁ ଅଚଳ ହୋଇ ପଡି ରହିଥିବା ବେଳେ ଅନ୍ୟଟି ଗତ ଏକମାସ ହେଲା ଅଚଳ ହୋଇ ପଡିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଠଟି ଶ୍ରେଣୀରେ ୮୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସରକାରୀ ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ଗୁରୁତ୍ୱାରୋପ କରି ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଭାଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ପାନୀୟ ଜଳ ଭଳି ସର୍ବନିମ୍ନ ମୌଳିକ ଆବଶ୍ୟକତା ସମସ୍ୟାର ପ୍ରତିକାର ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଉଦାସୀନ ରହିବା ବିଡମ୍ବନାର ବିଷୟ ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories