www.samajalive.in
Sunday, December 14, 2025
23.1 C
Bhubaneswar

ଆରମ୍ଭ ହେଲା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

ଡେସ୍କ: ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭାଗ ନେବା ପାଇଁ ଆହ୍ୱାନ ଦେଇଛନ୍ତି। ଆଜି ଭୋଟର ସଚେତନତା ସୃଷ୍ଟି ଲାଗି ମହାରାଷ୍ଟ୍ରର ପୁଣେରେ ଆୟୋଜିତ ଏକ ସାଇକେଲ ର‍୍ୟାଲିରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ଅବସରରେ ପୁଣେ ବାଲେୱାଡ଼ି ସ୍ଥିତ ଶ୍ରୀ ଛତ୍ରପତି ଶିବାଜୀ ମହାରାଜ ସ୍ପୋର୍ଟସ୍‌‌ କଂପ୍ଲେକ୍ସ ଠାରୁ ଏକ ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀକାନ୍ତ ଦେଶପାଣ୍ଡେ, ପୁଣେ ଡିଭିଜନାଲ କମିଶନର ସୌରଭ ରାଓ, ଜିଲ୍ଲାପାଳ ରାଜେଶ ଦେଶମୁଖ, ଅଲମ୍ପିକ ଖେଳାଳି ଅଞ୍ଜଳି ଭାଗବତ, ଚଳଚ୍ଚିତ୍ର ନିର୍ଦ୍ଦେଶକ ନାଗରାଜ ମଞ୍ଜୁଳେ ଏବଂ ଭୋଟରମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ଭାରତୀୟ ନିର୍ବାଚନ ଆୟୋଗ ପ୍ରତ୍ୟେକ ବର୍ଷ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସ୍ୱତନ୍ତ୍ର ଭୋଟର ସୂଚୀ ସଂଶୋଧନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories