ନବରଙ୍ଗପୁରରେ ପହଞ୍ଚିଲେ ତିନି ଦିଗମ୍ବର ଜୈନମୁନି
୧୦ରେ ଆଦିନାଥ ଦିଗମ୍ବର ଜୈନ ମନ୍ଦିରର ପ୍ରତିଷ୍ଠା ଉତ୍ସବ
ନବରଙ୍ଗପୁର : ନବରଙ୍ଗପୁର ତିନିଜଣ ଜୈନ ମୁନି ସୁପ୍ରତ ସାଗର, ପ୍ରଣୟ ସାଗର, ଓ ପ୍ରଣିତ ସାଗର ପହଞ୍ଚିଛନ୍ତି । ଦିଗମ୍ବର ଜୈନ ସମାଜ ଦ୍ୱାରା ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଠାରେ ୧୦୦୮ ଆଦିନାଥ ଦିଗମ୍ବର ଜୈନ ମନ୍ଦିରର ପ୍ରତିଷ୍ଠା ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମଥର ପାଇଁ ତିନିଜଣ ଜୈନ ମୁନି ଆସି ପହଞ୍ଚିଛନ୍ତି। ଏହି ଅବସରରେ ଏକ ଶୋଭାଯାତ୍ରାରେ ମୁନିମାନଙ୍କୁ ପାଛୋଟି ଅଣାଯାଇଥିଲା । ସେମାନେ ଛତିଶଗଡର ରାଜଧାନୀ ରାୟପୁରରୁ ଗତ ୨୭ ତାରିଖରୁ ବାହାରିଥିବାବେଳେ ପାଦରେ ଚାଲିଚାଲି ଆସି ଆଜି ପହଞ୍ଚିଛନ୍ତି । ପ୍ରତିଦିନ ୩୦କିଲୋମିଟର ଚାଲୁଥିବାବେଳେ ମଙ୍ଗଳବାର ଦିନ ଏଠାରେ ପହଞ୍ଚିଛନ୍ତି। ଏହି ତିନି ମୁନି କୌଣସି ବସ୍ତ୍ର ପରିଧାନ କରି ନାହାନ୍ତି । ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆରସିଡି ହାଇସ୍କୁଲ ପଡିଆଠାରେ ବିଶ୍ୱଶାନ୍ତି ମହାଯଞ ଓ ପ୍ରବଚନରେ ଯୋଗଦେବେ। ଶୋଭାଯାତ୍ରାରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନଗରପାଳ କୁନୁ ନାୟକ, ବିଜେପି ନେତା ଗୈାରୀଶଙ୍କର ମାଝୀ, ସୁନୀଲ ସାହୁ ,ଦିଲୁ ପଣ୍ଡା, ଦିଗମ୍ବର ଜୈନ ସମାଜର ସଭାପତି ନରେଶ ଜୈନ, କର୍ମକର୍ତ୍ତା ରମେଶ ଚାନ୍ଦ ଜୈନ, ହରେନ୍ଦ୍ର କୁମାର ଜୈନ, ରାକେଶ କୁମାର ଜୈନ, ବିମଳ କୁମାର ଜୈନ, ସମ୍ପାଦକ ଦିନେଶ କୁମାର ଜୈନ , ଦିଲ୍ଲୀପ କୁମାର ଜୈନ ଓ ସଞୟ କୁମାର ଜୈନ ପ୍ରମୂଖଙ୍କର ସମେତ ଶତାଧିକ ମହିଳା, ଯୁବକ ମାନେ ଯୋଗଦେଇ ସ୍ୱାଗତ ଜଣାଇଥିଲେ ।
Comments are closed.