କଣ୍ଟାବାଞ୍ଜି ଡାକ୍ତରଖାନା ଅବ୍ୟବସ୍ଥା : ଦ୍ୱିତୀୟ ଦିନରେ ପ୍ରେସ କ୍ଲବର ଅନଶନ

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନା ଅବ୍ୟବସ୍ଥା ଓ ବିଭିନ୍ନ ଦାବିକୁ ନେଇ ପ୍ରେସ କ୍ଲବର ଅନଶନ ଦ୍ଵିତୀୟ ଦିନରେ ପହଞ୍ଚି ଥିବା ବେଳେ, ପ୍ରଶାସନ ତରଫରୁ କୌଣସି ଅଧିକାରୀ ପହଞ୍ଚି ନଥିବାରୁ, ପ୍ରେସ କ୍ଳବ ବୁଧବାର କଣ୍ଟାବାଞ୍ଜି ବନ୍ଦ ଡାକରା ଦେଇଛି। ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଗତ କିଛି ମାସ ପୁର୍ବରୁ ତହସିଲଦାର ସମିର ବେହେରାଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା। ତେବେ ଦାବି ପୂରଣ ନହେବା ଯୋଗୁଁ ସୋମବାର ପ୍ରେସ କ୍ଲବର ସଦସ୍ୟ ମାନେ ଡାକ୍ତରଖାନା ସମ୍ମୁଖରେ ଅନଶନରେ ବସିଥିଲେ। ମଙ୍ଗଳବାର ଏହି ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ, କରଣ ସମାଜ, ରେଲୱେ ପାର୍କିଂ ଅଟୋ ଚାଳକ ସଂଘ, ଡ୍ରାଇଭର ୟୁନିୟନ, ବଜାର ଅଟୋ ଚାଳକ ସଂଘ, ଚେସ ଏସୋସେସନ, ଆମ ଆଦମି ପାର୍ଟି, ତଥା ବିଭିନ୍ନ ସଂଗଠନ ଆନ୍ଦୋଳନକୁ ସମର୍ଥନ କରିଥିବା ପ୍ରେସ କ୍ଳବ ତରଫରୁ ସୂଚନା ମିଳିଛି ।
kalyan agarbati

Comments are closed.