www.samajalive.in
Sunday, December 14, 2025
17.1 C
Bhubaneswar

୨ଟି ପୃଥକ ଦୁର୍ଘଟଣାରେ ୨ ସାଇକେଲ ଆରୋହୀଙ୍କର ମୃତ୍ୟୁ, ଜଣେ ଗୁରୁତର

ଦେବଗଡ଼: ଦେବଗଡ ଥାନାଂଚଳର କୁରଡ ଏବଂ କଣ୍ଢଳ ଗ୍ରାମରେ ଆଜି ୨ଟି ପୃଥକ ଦୁର୍ଘଟଣାରେ ୨ ଜଣ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ କୁରଡ ଗ୍ରାମର ବିନୋଦ ବାଘ (୬୦) ଏକ ସାଇକେଲ ଯୋଗେ ସରତଳା ପଟୁ ନିଜ ଘରକୁ ଫେରୁଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥ ଦେଇ କୈଳାଶ ପଟୁ ଏକ ବାଇକରେ ଆସୁଥିବା କଷ୍ଟୁ ଝାଙ୍କର(୪୦) ନାମକ ଜଣେ ଶିକ୍ଷକଙ୍କର ସହ ତାଙ୍କର ଧକ୍କା ହୋଇଥିଲା। ଫଳରେ ବିନୋଦ ଓ କଷ୍ଟୁ ଉଭୟେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ଉଭୟଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ମାତ୍ର ବିନୋଦଙ୍କସ୍ୱସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ ପାଇଁ ପ୍ରକ୍ରୀୟା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ସଂଧ୍ୟା ପ୍ରାୟ ୬ଟା ସମୟରେ ଦେବଗଡ ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମର ମୁରଲୀ ସାହୁଙ୍କ ପୁଅ ଅରୁଣ କୁମାର ସାହୁ(୪୦) କଣ୍ଢଳ କଲେଜ ଛକ ପଟୁ ଏକ ସାଇକେଲ ଯୋଗେ ନିଜ ଘରକୁ ଯାଉଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଏକ ହାଇୱା ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଅରୁଣ ସାଇକେଲ ସହ ରାସ୍ତା ଉପରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ସୂଚନା ପାଇ ଦେବଗଡ ଥାନା ପୁଲିସ ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ହାଇୱା ଟ୍ରକଟିକୁ ଚନ୍ଦନଖୁଣ୍ଟି ଗ୍ରାମ ନିକଟରୁ ଜବତ କରିଥିଲେ।ଅରୁଣଙ୍କ ମୃତ୍ୟୂ ଖବର ପ୍ରଚାରିତ ହେବାପରେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଅରୁଣଙ୍କ ପରିବାରକୁ କ୍ଷତିପୁରଣ ପ୍ରଦାନ ଏବଂ କଣ୍ଢଳ ଗ୍ରାମରେ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଅଣ୍ଡରପାସ ନିର୍ମାଣ ଦାବୀରେ ଉତ୍ୟକ୍ତ ଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories