www.samajalive.in
Monday, December 15, 2025
17.1 C
Bhubaneswar

ନଦୀକୂଳ ଅଞ୍ଚଳର ଗାନ୍ଧୀ ବାମଦେବ ମହାରଣାଙ୍କ ଶ୍ରାଦ୍ଧବାର୍ଷିକୀ

ଗୁରୁଡିଝାଟିଆ : ସାହିତ୍ୟ, ସଂସ୍କୃତି ଆଧ୍ୟାତ୍ମିକତା ଓ ସମାଜସେବାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନଦୀକୂଳ ଅଞ୍ଚଳର ଗାନ୍ଧୀ ତଥା କଖଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ବାମଦେବ ମହାରଣାଙ୍କ ୨୭ତମ ଶ୍ରାଦ୍ଧବାର୍ଷିକ କଖଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ସରପଞ୍ଚ କଳ୍ପନା ଛତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରାଦ୍ଧୋତ୍ସବରେ ଶିକ୍ଷାବିତ୍ ରାଜକିଶୋର ଖଟୁଆ ସ୍ୱର୍ଗତ ମହାରଣାଙ୍କୁ ଏକ ଅନୁଷ୍ଠାନ ଭାବେ ଅଭିହିତ କରି କହିଥିଲେ ମାନବବାଦରେ ବିଶ୍ୱାସ କରି ଶ୍ରେଣୀ ବିହୀନ ସମାଜ ବିଶେଷତଃ ବନ୍ଧୁତ୍ୱ ସୃଷ୍ଟି କରିବା ଦିଗରେ ସେ ଥିଲେ ଉଦାହରଣ। କୟଳପଡା ଠାରୁ ମେଘା ପର୍ଯ୍ୟନ୍ତ କଖଡି ଗାନ୍ଧୀ ଭାବରେ ସ୍ୱର୍ଗତ ମହାରଣା ପରିଚିତ ଥିବା ବେଳେ ପଞ୍ଚାୟତର ଉନ୍ନତି ଓ କଖଡି ଗାନ୍ଧୀ ହାଟ ପ୍ରତିଷ୍ଠା ତାଙ୍କର ଅକ୍ଷୟ କୀର୍ତ୍ତି ବୋଲି କହିଥିଲେ। ବିଷ୍ଣୁଚରଣ ମହାରଣା, ବେଣୁଧର ମହାନ୍ତି, ପୂର୍ବତନ ସରପଞ୍ଚ ଭାଗିରଥି ସାହୁ, ମିହିର କୁମାର ଶତପଥି, ଚନ୍ଦ୍ରଶେଖର ପରିଡା, ଗୌରାଙ୍ଗ ମହନ୍ତ, ସୁକାନ୍ତୀ ବେହେରା, କବିତା ବେହେରା, ପ୍ରଭାତୀ ବେହେରା, ସସ୍ମୀତା ସାହୁ ପ୍ରମୁଖ ଶ୍ରାଦ୍ଧସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶ୍ରୀରାମ ବରିଷ୍ଠ ନାଗରିକ ସଂଘ, ନଦୀକୂଳ ପକ୍ଷରୁ ଆୟୋଜିତ ଶ୍ରାଦ୍ଧସଭାରେ ସଂଘର ସାଧାରଣ ସଂପାଦକ କିରଣ ବିହାରୀ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories