www.samajalive.in
Sunday, December 7, 2025
14.1 C
Bhubaneswar

ନଦୀକୁ ଖସିଲା ଟ୍ରାକ୍ଟର ; ୪ ମୃତ ,୨୦ ଆହତ

ଭୋପାଳ : ମଧ୍ୟପ୍ରଦେଶର ଦଲିୟା ଜିଲାରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁମାନେ ଯାଉଥିବା ଏକ ଟ୍ରାକ୍ଟର ନଦୀରେ ଖସି ପଡି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଦଲିୟା ଓ ଗ୍ୱାଲିୟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରାକ୍ଟରରେ ଥିବା ଶ୍ରଦ୍ଧାଳୁମାନେ ରତନଗଡ ମାଆଙ୍କ ମନ୍ଦିର ଦର୍ଶନ ପାଇଁ ଯାଇ ଫେରୁଥିଲେ ।
ମିଳିଥିବା ସୂଚନାନୁଯାୟୀ, ଏହି ଦୁର୍ଘଟଣା ଦଲିୟା ଜିଲାରେ ହୋଇଥିବା ବେଳେ ଶ୍ରଦ୍ଧାଳୁମାନେ ଥିବା ଟ୍ରାକ୍ଟରଟି ନଦୀ ଉପରେ ଥିବା ପୋଲ ଉପରେ ଯିବା ସମୟରେ ହଠାତ୍‌ ଟ୍ରାକ୍ଟରଟି ଅନିୟନ୍ତ୍ରିତ ହୋଇ ନଦୀକୁ ଖସି ପଡିଥିଲା । ଘଟଣା ସମୟରେ ଖୁବ ଜୋରରେ ଚିକôାର ଶୁଣାଯାଇଥିଲା । ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉକ୍ତ ଟ୍ରାକ୍ଟରରେ ମହିଳା ଓ ପିଲାଙ୍କ ସମେତ ୩୦ ଜଣ ଲୋକେ ଥିଲେ । ଏଯାଏଁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ପୁଲିସ ଘଟଣାର ତଦନ୍ତ ଜାରି କରିଛି ।

 

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories