ଖିରେଇଟାଙ୍ଗିରିରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଖିରେଇଟାଙ୍ଗିରିରେ ୨୪ ଟିକିଆ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଏହି ହାତୀ ପଲ ଚମ୍ପୁଆ ବନାଞ୍ଚଳରୁ ଆସି ଖିରେଇଟାଙ୍ଗିରି କ୍ଷେତ୍ର ଅଞ୍ଚଳର ତେନ୍ତଳା, ଡୁମୁରିଗୋଡା ଓ ତ୍ରିବିନ୍ଧା ଗ୍ରାମର ଧାନ ଫସଲ ନଷ୍ଟ କରି ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନାଞ୍ଚଳର ଚିତ୍ରପଶି ଅଞ୍ଚଳକୁ ଚାଲିଯାଇଥିବା ଜଣାପଡିଛି । ଏହି ହାତୀପଲଙ୍କ ଦ୍ୱାରା ତେନ୍ତଳା ଗ୍ରାମର ସୁରେଶ ଚନ୍ଦ୍ର ମହାନ୍ତ, ମହେନ୍ଦ୍ର ମହାନ୍ତ, ସନାତନ ମହାନ୍ତ, କାର୍ତ୍ତିକ ମହାନ୍ତ, ନରେନ୍ଦ୍ର ମହାନ୍ତ, କମନା ମହାନ୍ତ, ନାରଣ ମହାନ୍ତ ଓ ଶଶୀଭୂଷଣ ମହାନ୍ତଙ୍କ ଏକର ଏକର ଧାନଫସଲ ନଷ୍ଟ କରିଥିବା ଜଣାପଡିଛି । ସେହିପରି ତ୍ରିବିନ୍ଧା ଓ ଡୁମୁରିଗୋଡା ଗ୍ରାମର ଧାନ ଫସଲ ମଧ୍ୟ ନଷ୍ଟ କରିଥିବା ଜଣାପଡିଛି । ଖବର ପାଇ ଖିରେଇଟାଙ୍ଗିରି ବନପାଳ ସୁନିତା ବଘେଲ ଘଟଣା ସ୍ଥଳ କରିବା ସହିତ କ୍ଷୟକ୍ଷତିର ଆକଳନ କରିଛନ୍ତି।
Comments are closed.