ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଗୋପାଳପୁର :  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ବିଜୁ ପଟନାୟକ ଅଡିଟରିୟମରେ ସୋମବାର​​‌ ଶିକ୍ଷାବର୍ଷ ୨୦୨୨ -୨୩ର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ନିମନ୍ତେ ଏକ ସଭାର ଆୟୋଜନ କରାଯଇଥିଲା। ଏହି ସଭାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ସମୂହ ହଷ୍ଟେଲ ୱାଡେନ ପ୍ରଫେସର ସୁଶାନ୍ତ କୁମାର ବରାଳ, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ ମଂଚାସୀନ ଥିଲେ। ଏହି ଅବସରରେ ପିଜି କାଉନସିଲ ଅଧକ୍ଷ ନବାଗତ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ସହ ପ୍ରୋଜେକଟର ମାଧ୍ୟମରେ ପରିସରରେ ଥିବା ସମସ୍ତ ବିଭାଗ, କ୍ରୀଡା ପରିଷଦ, ଲାଇବ୍ରେରୀ, ଜାତୀୟ ସେବା ଯୋଜନା ଆଦି ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ତାହାସହ ଛାତ୍ରଛାତ୍ରୀମାନେ କିପରି ମୌଳିକ ଅଧିକାର ପାଇ ପାରିବେ ଏବଂ ବିଶ୍ଵବିଦ୍ୟାଳୟର ଅତୀତ ବର୍ତମାନ ଉପରେ କହିଥିଲେ ଓ ରେଗିଙ୍ଗ କିଭଳି ନହେବ ତାହା ଉପରେ କହିଥିଲେ। ରହିବା, ଖାଇବା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଉପରେ କି କି ପଦକ୍ଷେପ ନିଆଯାଇଛି ଆଲୋକପାତ କରିଥିଲେ। କୁଳପତି ପ୍ରଫେସର ଦାଶ ଶୃଙ୍ଖଳା, ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟ, ହଷ୍ଟେଲ ବ୍ୟବସ୍ତା, ମେସ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। କ୍ୟାମ୍ପାସ ପରିସରକୁ ସଫା ସୁତରା ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେବା ସହ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଡେପୁଟି ୱାଡେନ ଆସୋସିଏଟ ପ୍ରଫେସର ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ସମୂହ ବିଭାଗର ଅଧ୍ୟାପକ, ଅଧ୍ୟାପିକାଙ୍କ ସମତେ ବହୁ ସଂଖ୍ୟକ ଛାତ୍ରଛତ୍ରୀ ଉପସ୍ଥିତ ଥିଲେ।

Comments are closed.