ରକ୍ତଦାନ ଶିବିରରେ ୮୧ ୟୁନିଟ ସଂଗ୍ରହ 

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡର ଜିରାଳ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ସାହୁ ସଭାପତିତ୍ୱ କରି ସାଂପ୍ରତୀକ ପରିସ୍ଥିତିରେ ରକ୍ତର ଆବଶ୍ୟକତା ସଂମ୍ପର୍କରେ ଆଲୋକପାତ କରି ଯୁବ ପିଢ଼ି ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ। ଅଧ୍ୟାପକ ପ୍ରଣବ କୁମାର ହୋତା, ଏଚଡିଏଫସି ବ୍ୟାଙ୍କ ପରିଚାଳକ ରାଜେଶ କୁମାର ମଣ୍ଡଳ, ଯୁବ ରେଡ଼କ୍ରସ କୌଣସେଲର ବିଷ୍ଣୁପ୍ରିୟା ତ୍ରିପାଠୀ, ଡ଼କ୍ଟର ବନ୍ଦନା ମିଶ୍ର, ବିମଳ ଧୀର, ଜାତୀୟ ସେବା ଯୋଜନା ଅଧିକାରୀ ଡ଼. ପଦ୍ମାଳୟା ଷଡ଼ଙ୍ଗୀ, ସୁବ୍ରତ କୁମାର ପରିଡା ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଢେଙ୍କାନାଳ ରକ୍ତଭଣ୍ଡାର ଲବ୍ରୋଟୋରି ଟେକନିସିଆନ ପରମାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ରାକେଶ ବେହେରା, ଅଜୟ ସ୍ୱାଇଁ, ତପନ ଜେନା, ବରୁଣ ସାହୁ ପ୍ରମୁଖ ୮୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଶିକ୍ଷା କର୍ମଚାରୀ, ଛାତ୍ରଛାତ୍ରୀ ସହାୟତା ପ୍ରଦାନ କରିଥିଲେ
kalyan agarbati

Comments are closed.