ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ନିର୍ଦେଶ ସତ୍ତ୍ୱେ ମରାମତି ହେଉନି ସ୍କୁଲ ପାଚେରୀ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଗିପାଲି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଗତ ଜୁଲାଇ ମାସର ଲଗାଣ ବର୍ଷାରେ ଭୁଷୁଡି ପଡିଥିଲା। ଇତି ମଧ୍ୟରେ ୩ମାସ ବିତିଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଭାଙ୍ଗି ଯାଇଥିବା ପାଚେରୀର ମରାମତି କାମ ହୋଇ ନାହିଁ । ଅଗଷ୍ଟ ୨୫ ତାରିଖ ଦିନ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏହି ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ସମୟରେ ପାଚେରୀ ଭାଙ୍ଗି ଯାଇଥିବାର ଦେଖି ଏହାର ଏହାର ମରାମତି ବ୍ୟବସ୍ଥା କରିବାକୁ ଲଇଡା ସରପଞ୍ଚଙ୍କୁ ନିର୍ଦେଶ ଦେଇଥିଲେ । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ଦେଶ ଦେବାର ଦୁଇ ମାସ ବିତଗଲା ପରେ ମଧ୍ୟ ଏପର୍ଯ୍ୟନ୍ତ ପାଚେରୀ ମରାମତି କାମ ଆରମ୍ଭ ହୋଇ ନାହିଁ । ଫଳରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଏବଂ ଶିକ୍ଷାପ୍ରେମୀ ସଚେତନ ନାଗରିକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ପାଚେରୀ ଭାଙ୍ଗି ଯିବା ଫଳରେ ବିଦ୍ୟାଳୟରେ ଗଚ୍ଛିତ ରହୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ହେବାର ଆଶଙ୍କା ଦେଖାଦେଇଛି। ସ୍କୁଲ ଛୁଟି ପରେ ବୁଲା ଗାଈଗୋରୁ ଭଙ୍ଗା ପାଚେରୀ ଡେଇଁ ସ୍କୁଲ ପରିସରକୁ ପଶି ବିଚରଣ କରୁଥିବାର ଅଭିଯୋଗ ହେଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ଶୀଘ୍ର ପାଚେରୀ ମରାମତି ର ବ୍ୟବସ୍ଥା କରିବାକୁ ଦାବି ହେଉଛି ।

 

kalyan agarbati

Comments are closed.