ସମ୍ବଲପୁରରେ ଦୃଷ୍ଟିରଥ କାର୍ଯ୍ୟକ୍ରମ

ବୁର୍ଲା : ବୁର୍ଲା ଭିମସାର ସମ୍ମୁଖରୁ ଏସୋସିଏସନ ଅଫ୍ କମ୍ୟୁନିଟି ଅପଥାମୋଲୋଜିଷ୍ଟ ଅଫ ଇଣ୍ଡିଆ (ଏସିଓଆଇଏନ) ଆନୁକୂଲ୍ୟରେ ଏକ ଦୃଷ୍ଟିରଥ ଜିଲ୍ଲା ପରିକ୍ରମା କରୁଛି। ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ପତାକା ଦେଖାଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା, ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ, ଭିମସାର ଚକ୍ଷୁ ବିଭାଗୀୟ ମୂଖ୍ୟ ପ୍ରଫେସର କହ୍ନେଇ ଚରଣ ଟୁଡୁ ପ୍ରମୂଖ ଉପସ୍ଥିତ ଥିଲେ । ସର୍ବଭାରତୀୟ ସମ୍ପାଦକ ପ୍ରଫେସର ସପନ କୁମାର ସାମନ୍ତବଳଙ୍କ ନେତୃତ୍ୱରେ ଏକ ଟିମ ସମ୍ବଲପୁର ପରିଭ୍ରମଣରେ ଆସିଥିଲା। ସମ୍ବଲପୁର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ପାଇଁ ପ୍ରଫେସର ଗୁଣସାଗର ଦାସଙ୍କ ନେତୃତ୍ୱରେ ସମ୍ବଲପୁରରେ ମଧ୍ୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରୁ ଦୃଷ୍ଟିରଥ ବାହାରି ସମ୍ବଲପୁର ମୂଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗରେ ପହଞ୍ଚିଥିଲା। ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଙ୍କଜ କୁମାର ପଟେଲ, ଡ଼ାକ୍ତର ସୁରେଶ ଚନ୍ଦ୍ର ଦାନୀ ପ୍ରମୂଖଙ୍କ ଉପସ୍ଥିତିରେ ରଥକୁ ସ୍ୱାଗତ କରାଯାଇଥିଲା । ସମ୍ବଲପୁର ମୂଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ରଥଟି ମାନେଶ୍ୱର ଉଚ୍ଚ ବିଦ୍ୟାଳୟ ଅଭିମୂଖେ ବାହାରି ଥିଲା। ବୁର୍ଲାର ଚକ୍ଷୁ ବିଶେଷଜ୍ଞମାନେ, ସ୍କୁଲର ଛାତ୍ର, ଶିକ୍ଷକ ଏବଂ ଜନସାଧାରଣଙ୍କ ଚକ୍ଷୁ ପରୀକ୍ଷା କରିବା ପରେ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ପଣ୍ଡା ତଥା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଚକ୍ଷୁ ସୁରକ୍ଷା ଓ ଯତ୍ନ ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଆଗାମୀ ବର୍ଷକ ମଧ୍ୟରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ବୋଲି ଏସିଓଆଇଏନ ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.