www.samajalive.in
Monday, December 15, 2025
15.1 C
Bhubaneswar

ରାଧାକୃଷ୍ଣ ମନ୍ଦିରର ଦ୍ୱିତୀୟ ବାର୍ଷିକ ସମାରୋହ

ପାଟଣା: ଘଟଗାଁ ବ୍ଲକ ପଇଦାପଟଣା ପଂଚାୟତ ଖୁଣ୍ଟାପଡା ଗ୍ରାମର ରାଧାକୃଷ୍ଣ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ଗୁରୁବାର ଓ ଶୁକ୍ରବାର ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ପୂଜକ ସୁବାଷ ଚନ୍ଦ୍ର ମିଶ୍ର ଓ ସୁଶାନ୍ତ ଶେଖର ଦାଶ ତାଙ୍କ ସହଯୋଗୀଙ୍କ ସହ ଗୀତା ଯଜ୍ଞ ଓ ଚଣ୍ଡୀପାଠ ଇତ୍ୟାଦି ଦାୟିତ୍ଵ ତୁଲାଇଥିଲେ। ଗୁରୁବାର ସଂଧ୍ୟାରେ ବିଶିଷ୍ଟ ଭଜନ ଗାୟକ ଶିବପ୍ରସାଦ ଦାଶଙ୍କ ଭଜନ ସଂଧ୍ୟା କାର୍ଯକ୍ରମକୁ ପୁର୍ବତନ ସାଂସଦ ଅନନ୍ତ ନାୟକଙ୍କ ଧର୍ମ ପତ୍ନୀ ଲବଙ୍ଗଲତା ନାୟକ, ଶିକ୍ଷାବିତ ଜୟଦେବ ପଣ୍ଡା ଓ ସ୍ଥାନୀୟ ସରପଞ୍ଚ ମୁକୁନ୍ଦ ମୁଣ୍ଡା ପ୍ରମୁଖ ଦୀପ ପ୍ରଜଳନ କରି ଉଦଘାଟନ କରିଥିଲେ। ଆଜି ପୂର୍ଣ୍ଣାହୁତି ସମାରୋହରେ ସମାଜସେବୀ ତଥା ଗରିବ ସେବା ସଦନର ସଭାପତି ଡକ୍ଟର ଶମ୍ଭୁନାଥ ରାଉତଙ୍କ ସହ ପ୍ରଶାନ୍ତ କୁମାର ଗିରି, ଶରତ କୁମାର ବେଜ, ବିଜୟ ପାତ୍ର, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଠାକୁରଙ୍କ ପୂଜାରେ ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories