www.samajalive.in
Sunday, December 14, 2025
23.1 C
Bhubaneswar

ଦୁର୍ଘଟଣାରେ ୪ ମୃତକଙ୍କ ଜୁଇ ଜଳିଲା, ଶୋକାକୁଳ ପରିବେଶରେ ହେଲା ଶେଷକୃତ୍ୟ

ପାଟଣା: ଗୁରୁବାର ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବଡପସି ନିକଟରେ ହାଇୱା – କାର ଦୁର୍ଘଟଣାରେ ମୃତ୍ୟ ବରଣ କରିଥିବା ୪ ଜଣ ଙ୍କର ଗତରାତି ଶବ ବ୍ୟବଚ୍ଛେଦ ପରେ ମରଶରୀର ଗ୍ରାମକୁ ଅଣାଯାଇଥିଲା। ଶୁକ୍ରବାର ପିପିଳିଆ ବାସିନ୍ଦା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ନରୋତ୍ତମ ସିଂ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଥିବା ହୃଷିକେଶ ସିଂ (୫୯) ଓ ଚିତ୍ତରଞ୍ଜନ ନାୟକ (୪୮)ଙ୍କ ମରଶରୀର ପିପିଳିଆରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୂର୍ବତନ ଘଟଗାଁ ବ୍ଲକ ଅଧକ୍ଷ ଥିବା ସରାସପଶି ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ପ୍ରକାଶ କୁମାର ନାୟକଙ୍କ ଅନ୍ତିମ ସଂସ୍କାର ଗ୍ରାମରେ କରାଯାଇଛି। ଆଜି ଘଷିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଯୁବନେତା ଦେବାଶିଷ ପାତ୍ର, ଜିଲ୍ଲା ବିଜେଡି ଉପ ସଭାପତି ଏସ କେ ଇମରାନ, ଘଟଗାଁ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ସରାସପଶି ସରପଞ୍ଚ ଗଣେଶ୍ୱର ନାଏକ, ପିପିଳିଆ ସରପଞ୍ଚ ଗୋଲାପ ନାୟକ, ସିକନ ପାଢ଼ୀ, ଘଟଗାଁ ଜୋନ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ବିଜେପି ନେତା ପୃଥ୍ୱୀରାଜ କୁଅଁର, ବିଜେପି ନେତ୍ରୀ ଲବଙ୍ଗଳତା ନାୟକ, ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମମତା ସିଂ ପ୍ରମୁଖ ବହୁ ଜଣାଶୁଣା ବ୍ୟକ୍ତି ଉଭୟ ବୃନ୍ଦାବନପୁର ଓ ପିପିଳିଆରେ ପହଞ୍ଚି ମୃତକଙ୍କ ଶେଷଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories