www.samajalive.in
Monday, December 15, 2025
15.1 C
Bhubaneswar

ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ପକ୍ଷରୁ ୬୩୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଯାଜପୁର : ଖଣି ପ୍ରଭାବିତ ସୁକିନ୍ଦା ଏବଂ ଦାନଗଦୀ ବ୍ଲକର ଉନ୍ନତି ଲାଗି ଯାଜପୁର ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ଟ୍ରଷ୍ଟ ବୋର୍ଡରେ ୬୩୫ କୋଟି ୨୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶିକ୍ଷା ଏବଂ ଗମନା ଗମନା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଆଲୋଚନାରେ ପ୍ରାଥମିକତା ଦିଆଯାଇଥିଲା। ଆଲୋଚନା ସମୟରେ ସୁକିନ୍ଦା-ଦାନଗଦୀର ବିଭିନ୍ନ ପ୍ରାଥମିକ, ମାଧ୍ୟମିକ ସ୍କୁଲର ରୂପାନ୍ତରଣ ପାଇଁ ୨୫୫ କୋଟି ଟଙ୍କା ସହିତ
ଉଭୟ ବ୍ଲକର ସମସ୍ତ ଆଶ୍ରମ ସ୍କୁଲର ଉନ୍ନତି ପାଇଁ ୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ସହିତ କୁହିକା + ୨ କଲେଜ ଲାଗି ୧୨ କୋଟି ୫୦ ଲକ୍ଷ ଟଙ୍କା ଓ  କାଳିଆପାଣିର ପ୍ରସ୍ତାବିତ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ୩୫ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗମନା ଗମନକୁ ସୁ-ବ୍ୟବସ୍ଥିତ କରିବାକୁ ଟମକା-ମଙ୍ଗଳପୁର ରାସ୍ତାର ପ୍ରଶସ୍ତି କରଣ ପାଇଁ ୧୮୦ କୋଟି ଟଙ୍କାରୁ ଅଧିକ ଅର୍ଥ ରାଶିକୁ ଅନୁମୋଦନ କରାଯାଇଛି। ଏହା ସହିତ ସୁକିନ୍ଦା-ଦାନଗଦୀର ସମସ୍ତ ପଞ୍ଚାୟତର ରାସ୍ତା ସହିତ ଡ୍ରେନ ନିର୍ମାଣ ଏବଂ ତ୍ରିଜଙ୍ଗା କଲୋନୀର ଉନ୍ନତି ପାଇଁ ୨୨ କୋଟି ୫୦ ଲକ୍ଷ ଟଙ୍କା, ସୁକିନ୍ଦା-ଦାନଗଦୀର ୪୮ ଗୋଟି ପଞ୍ଚାୟତରେ ଗ୍ରୀନ ପାର୍କ ଏବଂ କ୍ରୀଡ଼ାର ବିକାଶ ପାଇଁ ଷ୍ଟାଡିୟିମ ନିର୍ମାଣ ପାଇଁ ୪୮ କୋଟି ଟଙ୍କା ଏବଂ ଦକ୍ଷତା ବିକାଶ ଏବଂ ଜୀବିକା ଅର୍ଜନ ଯୋଜନାରେ ୫୦ କୋଟି ଟଙ୍କା ପ୍ରଦାନ କରିବାକୁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । ବୈଠକ ପରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିକାଶକୁ ପ୍ରାଥମିକତା ଦିଆଯାଉଛି । ବିଗତ ଦିନରେ ଥିବା ସମସ୍ୟାକୁ ସମାଧାନ କରାଯାଇଛି । ଆଗକୁ ଅନ୍ୟ ସମସ୍ତ ସମସ୍ୟାର ସମାଧାନ କରାଯିବାକୁ ଖସଡ଼ା ପ୍ରସ୍ତୁତ ହୋଇଛି । ଆଗାମି ଦିନରେ ସୁକିନ୍ଦାକୁ କେବଳ ଜିଲ୍ଲା ନୁହେଁ ରାଜ୍ୟରେ ଏକ ମଡେଲ ନିର୍ବାଚନ ମଣ୍ଡଳୀ ଭାବେ ଗଢି ବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, କ୍ରୀଡା ସବୁ କ୍ଷେତ୍ରରେ ସୁକିନ୍ଦାବାସୀ ଭିନ୍ନ ଚିତ୍ର ଦେଖିବେ । ବିକାଶର ପୂର୍ଣ୍ଣତାକୁ ସମୟ ଲୋଡ଼ା । ସୁନାର ସୁକିନ୍ଦାକୁ ନୂଆ ରୂପରେ ଗଢିବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories