www.samajalive.in
Sunday, December 7, 2025
26.1 C
Bhubaneswar

ଇ୪ର୍ଥ ଓ ଏଫ୪ର୍ଥ ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଥିବା ଇ୪ର୍ଥ ସିଆରପିଏଫ କ୍ୟାମ୍ପ ଯବାନ ପକ୍ଷରୁ ସମିତି କାର୍ୟ୍ୟାଳୟ ପରିସରରେ ୨୦୨୨-୨୩ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ସିଆରପିଏଫ କ୍ୟାମ୍ପର କମାଡେଣ୍ଟ ମୋନଜ କୁମାର ୟାଦବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଇ୪ର୍ଥ ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡର ଡି .କୃଷ୍ଣ।ରାଓ ,ଜିଲ୍ଲା ପରିଷଦ ସଦସ୍ୟ ବି ଭି ପ୍ରସାଦ ରାଓ ମଞ୍ଚାସୀନ ରହି ଥିଲେ । ଏଥିରେ କୁରାଡି, କୋଦାଲ, ଦାଆ ପ୍ରାୟ୧୨ଟି ଗାଁର ଚାଷୀ ପରିବାର ଲୋକଙ୍କୁ ମୁଖ୍ୟ ଅତିଥି ଦ୍ୱାରା ପ୍ରଦାନ କରିଛନ୍ତି । ଏଥିରେ ସମସ୍ତ କ୍ୟାମ୍ପ ଯବାନ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ ବ୍ଲକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସି ଆରପି ଏଫ ଯବାନ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଏହିପରି ପଦକ୍ଷେପ ନେଇଛନ୍ତି । ସେହିପରି ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ରାୟଗଡା ୪ର୍ଥ ବାଟାଲିୟନ ଦ୍ୱାରା ପରିଚାଳିତ ହେଉଥିବା ବିଜେପୁରରେ ଥିବା ଇ୪ର୍ଥ ସିଆରପିଏଫ ପକ୍ଷରୁ୨୦୨୨-୨୩ଜନ ସମ୍ପର୍କ ମେଳା ଲାଖବାହଲ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ କମାଡେଣ୍ଟ ମନୋଜ ୟାଦବ, ସେକେଣ୍ଡ ଇନ କମାଣ୍ଡେଣ୍ଟ କପିଙ୍ଗ ଜୀଲ, ସହାୟକ କମାଣ୍ଡେଣ୍ଟ ରମେଶ, ଜିଲାପରିଷଦ ସଦସ୍ୟ ପରୀକ୍ଷିତ ନାୟକ, ବେନଗାଁ ସରପଞ୍ଚ ପୁରନ ମାଝୀ ,ବିଜେପୁର ସରପଞ୍ଚ ଜନନୀ ମାଝୀ ଉପସ୍ଥିତ ଥିଲେ । ଦଶ ଜଣିଆ ଯୁବକ ସଙ୍ଘକୁ ନେଟ ସହ ଭଳିବଲ ବଣ୍ଟନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ସିଆରପିଏଫ ବାଟାଲିୟନ ର ଯବାନ ସୁନୀଲ, ଅମିତ, ରୂପସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories