www.samajalive.in
Saturday, December 6, 2025
15.1 C
Bhubaneswar

ରାମଚଣ୍ଡି ଥାନାଧିକାରୀ ଆହତ

ପିପିଲି: ରାମଚଣ୍ଡି ଥାନାର ଆଇଆଇସି ନାରାୟଣ ଚନ୍ଦ୍ର ଲେଙ୍କା ଶୁକ୍ରବାର ସକାଳେ ଆହତ ହୋଇଥିବା ସୂଚନା ମିଳିଛି । ସେ ପିପିଲି ବ୍ଳକର ଯଶୁଆପୁର ପଞ୍ଚାୟତର ସରପଞ୍ଚ ଉପନିର୍ବାଚନରେ ନିଜ ଦାୟିତ୍ୱ ତୁଲାଉଥିବା ସମୟରେ ଅସାବଧାନତା ବସତଃ ଆହତ ହୋଇଛନ୍ତି । ସାତଶଙ୍ଖ ପୁଲିସ ଫାଣ୍ଡି ନିକଟରେ ଗାଡିରୁ ଓହ୍ଲାଇ ଯାଉଥିବା ବେଳେ ଅସାବଧାନତା ବସତଃ ତଳେ ପଡି ଯାଇଥିଲେ । ଏଥିରେ ତାଙ୍କ ଡାହାଣ ଗୋଡର ବଳାଗଣ୍ଠିରେ ଗୁରୁତର ଆଘାତ ଲାଗିଥିବା ବେଳେ ହାଡ ଭାଙ୍ଗି ଯାଇଥିବା ସଂପର୍କରେ ଏସ୍‌ଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories