ନକଲି ଟାଟା ଇଞ୍ଜିନଅଏଲ ଜବତ
ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପୁଇଁତୋଳା ଠାରୁ ଲକ୍ଷ୍ମୀପୂର ମଧ୍ୟରୁ ଚଢ଼ାଉ କରାଯାଇ ନକଲି ଇଞ୍ଜିନ ଅଏଲ ବିକ୍ରିକୁ ଧରିଛି ଗଞ୍ଜାମ ଥାନା ପୁଲିସ । ଟ୍ରକ ଓ ବସରେ ସେହି ଇଂଜିନଅଏଲ ପଡୁଥିବା ଜଣାପଡିଛି । କୌଣସି ସୂତ୍ରରୁ ଗଞ୍ଜାମ ଥାନା ପୁଲିସ ଖବର ପାଇ ଆଇଆଇସି ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଏସଆଇ ଅଜିତ କୁମାର ପରିଡା, ନାରାୟଣ କହ୍ନର, ମହିଳା ଏସଆଇ ସୁପ୍ରଭା ସାହ ପ୍ରମୁଖ ଚଢ଼ାଉ କରିଥିଲେ । ଦୋକାନ ମାନଙ୍କ ଉପରେ ଚଢ଼ାଉ କରିଥିଲେ । ନକଲି ଇଂଜିନ ଅଏଲ ଭର୍ତି ୫୦ ରୁ ଉର୍ଦ୍ଧ ବାଲଟି ଜବତ କରାଯାଇଛି ଏବଂ ପାଞ୍ଚ ଦୋକାନୀଙ୍କୁ ଥାନାରେ ଅଟକ ରଖି ସେମାନଙ୍କ ନାମରେ କେଶ ନ ୨୦୪/୨୨ରେ ମାମଲା ରୁଜୁ କରାଯାଇଥିବା ଆଇଆଇସି ସନ୍ତୋଷ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହି ନକଲି ଇଂଜିନଅଏଲ ଚେର ବ୍ରହ୍ମପୁରରେ ହୋଇଥିବା ପୁଲିସ ଆଶଙ୍କା କରୁଛି । ଅଧିକ ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଗଞ୍ଜାମ ଥାନା ପୁଲିସ ପକ୍ଷରୁ କୁହାଯାଇଛି । ପ୍ରକାଶ ଯୋଗ୍ୟ ଉକ୍ତ ନକଲି ଇଂଜିନ ଅଏଲ ଟ୍ରକ କିମ୍ବା ବସରେ ପକାଇବା ପରେ କିଛି ଗାଡି ଖରାପ ହୋଇଯାଇଥିଲା । ଫଳରେ ଏନେଇ ଗାଡି ମାଲିକ ମାନେ ଟାଟା ଇଂଜିନଅଏଲ ଡିପୋରେ ପହଂଚି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପ୍ରକୃତ ଇଂଜିନ ଅଏଲ ଡିପୋ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା । କେଉଁ ସ୍ଥାନରେ ଏହି ନକଲି ଜିନିଷ ବିକ୍ରି ହେଉଛି ତାହାକୁ ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ ।
Comments are closed.