ଆନ୍ଦୋଳନ ପାଇଁ ଓଡିଶା ଅମଲା ସଂଘର ପ୍ରସ୍ତୁତି
ଆଠଗଡ : ଓଡିଶା ସରକାରଙ୍କ ଅଧିନରେ ଥିବା ଜିଲ୍ଲାସ୍ତରୀୟ ଅମଲାମାନଙ୍କର ପ୍ରାରମ୍ଭିକ ବେତନ ବୃଦ୍ଧି ଦାବିରେ ଆସନ୍ତା ୨୭ତାରିଖରେ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଆନ୍ଦୋଳନ କାର୍ଯ୍ୟକ୍ରମ ଲାଗି ଏକ ପ୍ରସ୍ତୁତି ବୈଠକ ଆଠଗଡ ଅମଲା ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମହୋତ୍ସବ ପଡିଆରେ ଓଡିଶା ଅମଲା ସଂଘର ଆଠଗଡ ଶାଖା ପକ୍ଷରୁ ସଭାପତି ଅଜୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅମଲା ମାନଙ୍କର ନାଯ୍ୟ ଦାବି ପୂରଣ ଲାଗି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଓଡିଶା ଅମଲା ସଂଘ ପକ୍ଷରୁ ଦୀର୍ଘଦିନ ହେବ କାର୍ଯ୍ୟରତ ଅମଲାଙ୍କର ପ୍ରାରମ୍ଭିକ ଗ୍ରେଡ ପେ ୧୯୦୦ଟଙ୍କା ପରିବର୍ତ୍ତେ ୪୨୦୦କରିବା ଲାଗି ଦାବି ହୋଇଆସୁଛି । ଏହି ଦାବି ପୂରଣ ଲାଗି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ଆସନ୍ତା ୨୭ତାରିଖରେ ଭୁବନେଶ୍ୱରରେ ଏକ ବଡ ଧରଣର ସମାବେଶ ଆୟୋଜିତ ହେଉଥିବାବେଳେ ଏଥିରେ ଆଠଗଡ ବ୍ଲକ ଓ ଉପଖଣ୍ଡର ସମସ୍ତ ଅମଲା ଯୋଗଦେବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Comments are closed.