ବଡଭୂଇଁରେ ଜନସଂପର୍କ ପଦଯାତ୍ରା ଉଦ୍ଯାପିତ
ଆଠଗଡ : ରାଜ୍ୟସାରା ଏକମାସ ବ୍ୟାପୀ ବିଜୁ ଜନତା ଦଳ ପକ୍ଷରୁ ଚାଲିଥିବା ଜନସଂପର୍କ ପଦଯାତ୍ରା ଆଠଗଡ ବ୍ଲକର ୩୪ଟି ଯାକ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଆଠଗଡର ବଡଭୂଇଁ ପଞ୍ଚାୟତରେ ଏହି ଜନସଂପର୍କ ପଦଯାତ୍ରା ଉଦ୍ଯାପିତ ହୋଇଛି । ବଡଭୂଇଁ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କାଳରେ ବିଜେଡି ନେତୃବୃନ୍ଦ ଘରକୁ ଘର ବୁଲି ବିଗତ ୨୨ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାର ଅମଳରେ କରାଯାଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ତାର ସଫଳ ରୂପାୟନ ସଂପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ନୃସିଂହ ଚରଣ ମହାପାତ୍ର, ଜିଲ୍ଲାପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଂପାଦକ ସୂର୍ଯ୍ୟ ପାଲ, ବଡଭୂଇଁ ସରପଞ୍ଚ ଗୋପାଳ ଚନ୍ଦ୍ର ସାହୁ, ସମିତିସଭ୍ୟ ବାପିନା ପଣ୍ଡା, ବରିଷ୍ଠ ବିଜେଡି ନେତା ସଚ୍ଚିଦାନନ୍ଦ ଜେନା, ଅଶୋକ ସାହୁ, ରସାନ୍ତ ପ୍ରଧାନ, ମଳୟ କୁମାର ନାୟକ, ମହିଳା ବିଜେଡି ନେତ୍ରୀ ଲକ୍ଷ୍ମୀପ୍ରିୟା ଦାଶ, ଦମୟନ୍ତି ରଣା, ପ୍ରମୁଖ ବିଭିନ୍ନ ପଥପ୍ରାନ୍ତ ସଭାରେ ଉଦ୍ବୋଧନ ଦେଇ ସରକାରଙ୍କ କଲ୍ୟାଣମୂଳକ ଯୋଜନା ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଆଠଗଡ ନିର୍ବାଚନ ମଣ୍ଡଳିରେ ବିଗତ ୩୨ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଏହି ବିକାଶମୂଳକ କାର୍ଯ୍ୟ ଏବଂ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କରିବା ପାଇଁ ସମସ୍ତ ଯୁବଛାତ୍ର ମହିଳା ବିଜେଡି କର୍ମୀ ସଂକଳ୍ପ କରିଥିଲେ ।
Comments are closed.