www.samajalive.in
Monday, December 15, 2025
17.1 C
Bhubaneswar

ସିଆରପିଏଫ ଜନସମ୍ପର୍କ ଶିବିର, ବିଭିନ୍ନ ସାମଗ୍ରୀ ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଛାପଡା ଖେଳ ପଡ଼ିଆ ଠାରେ ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଗୋଛାପଡା ପଞ୍ଚାୟତର ଗୋଛାପଡା, ପିପିଲମାଲା, ଦାମାରେଜୁ, ସାଙ୍ଗଯୋଡ଼ା ଏବଂ ଟଣାଶୁ ଗ୍ରାମବାସୀଙ୍କୁ ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୧୨୭ ବାଟାଲିୟନର ସେକେଣ୍ଡ ଇନ କମାଣ୍ଡ ମୌଲି ମୋହନ କୁମାର, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ନେଲଇଆପ୍ପାନ ପି, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, ସଲାଗୁଡ଼ା ସରପଞ୍ଚ ରୋହିତ କହଁର ପ୍ରମୁଖଙ୍କ ଉପସ୍ଥିତରେ ଏକ କାର୍ଯ୍ୟକ୍ରମରେ ଭଲିବଲ ଏବଂ ଭଲିବଲ ନେଟ, ଫୁଟବଲ, ହ୍ୟାଣ୍ଡବଲ ଦୁଇଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ଏବଂ ରୋଷେଇ ଉପକରଣ ଆଲୁମିନିୟମ କଡେ଼ଇ, ଷ୍ଟିଲ କରଚି, ଷ୍ଟିଲ ଫ୍ରାଏଙ୍ଗ ପ୍ୟାନ, ସର୍ଭିସ ଚାମଚ, ଷ୍ଟିଲ ଗ୍ଲାସ ଏବଂ ଷ୍ଟିଲ ପ୍ଲେଟ ପ୍ରତ୍ୟେକ ପରିବାରରେ ୪-୫ ଜଣଙ୍କୁ ନେଇ ଗଠିତ ଏବଂ ଗୋଛାପଡା ପଞ୍ଚାୟତର ଅଭାବୀ ଏବଂ ଗରିବ ପରିବାରକୁ ପ୍ରଦାନ କରାଯାଇଛି। ଏହି ମାନବିକ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଗୃହ ମନ୍ତ୍ରଣାଳୟର ଆର୍ଥିକ ସହାୟତା ଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏହି ଯୋଜନା ଅଧୀନରେ ସମୁଦାୟ ୨୦ ପରିବାର ୧୫୦ଉର୍ଦ୍ଧ୍ବ ଲୋକ ଏବଂ ୨ଟି ବିଦ୍ୟାଳୟ ଉପକୃତ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories