ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଟି-୨୦ ବିଶ୍ବକପ: ଭାରତର ଦମ୍‌ଦାର ବିଜୟ.. ବାଂଲାଦେଶକୁ ୫ ରନ୍‌ରେ ହରାଇଲା ଭାରତ..

ଗୁଜରାଟ ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ସୁପ୍ରିମକୋର୍ଟଙ୍କ ଅଧୀନରେ ନ୍ୟାୟିକ କମିଶନ ନିଯୁକ୍ତି ଦାବି କଲେ ମମତା..

ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିର୍ମାଣାଧୀନ କାର୍ଯ୍ୟ ଉପରେ ରୋକ୍‌‌ ଲଗାଯାଇଛି.. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିୱାଲ ଏନେଇ ଆଜି ଘୋଷଣା କରିଛନ୍ତି.. ଏହାକୁ ଦୃଷ୍ଟିରେ ରଖି ଶ୍ରମମନ୍ତ୍ରୀ ମନୀଷ ସିସୋଦିୟା ଏହି ସମୟ ମଧ୍ୟରେ ର୍ନିମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକଙ୍କୁ ଆର୍ଥିକ ସହାୟତା ଭାବେ ୫୦୦୦ ଟଙ୍କା ପ୍ରତି ମାସରେ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି..

ଆଜି ପବିତ୍ର ଅଁଳା ନବମୀ… ରାଧାପାଦ ଦର୍ଶନ ପାଇଁ ପୁରୀର ସାକ୍ଷୀଗୋପାଳ ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼… ଧାଡ଼ିରେ ଯାଇ ରାଧାପାଦ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ… ଦୁଇ ବର୍ଷର କରୋନା କଟକଣା ପରେ ଭକ୍ତ ଭଗବାନ ଏକାଠି… ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା…

ଆଠଗଡ : ଧବଳେଶ୍ୱରଙ୍କ ଯାତ୍ରା ବନ୍ଦ ପରେ ଭକ୍ତଙ୍କ ପାଇଁ ହେଲା ଭର୍ଚୁଆଲ ଦର୍ଶନ ବ୍ୟବସ୍ଥା .. ଭର୍ଚୁଆଲ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା.. ଝୁଲାପୋଲ ସ୍ଥିତି ଦେଖି ସମୀକ୍ଷା କଲେ ଜିଲ୍ଲାପାଳ

prayash

ବୋଲଗଡ଼ ପଞ୍ଚୁକୋଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… କାର୍-ଟ୍ରକ୍‌ ମୁହାଁମୁହିଁ ଧକ୍କା… ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ… ମୃତକଙ୍କ ପରିଚୟ ଅସ୍ପଷ୍ଟ… ଦୁର୍ଘଟଣାସ୍ଥଳରେ ପୁଲିସ କରୁଛି ଛାନଭିନ୍‌… କାରଟି ଭୁବନେଶ୍ୱରରୁ ନୟାଗଡ଼କୁ ଯାଉଥିବା ସୂଚନା…

ଲାଗିବ ଚନ୍ଦ୍ର ଗ୍ରହଣ… ପାକତ୍ୟାଗ ନେଇ ଦୂର ହେଲା ଦ୍ୱନ୍ଦ୍ବ… ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଦ୍ଧାରଣ… ସକାଳ ୫ଟା ୫୪ ମିନିଟରୁ ପାକତ୍ୟାଗ… ପୂର୍ବଦିନ ରାତି ୧୨ଟା ୧୦ରେ ଦ୍ୱାରଫିଟା ସହ ହେବ ଅନ୍ୟାନ୍ୟ ନୀତି… ସକାଳ ୫ଟା ୩୦ରେ ସରିବ ଭୋଗ ମଣ୍ଡପ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ .. ବେଆଇନ ଖଣି ମାମଲାରେ ହେମନ୍ତଙ୍କୁ ପୁଣି ଇଡି ସମନ.. ମାମଲାକୁ ନେଇ ଅଧିକ ପଚରାଉଚରା କରିବାକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ କାର୍ଯ୍ୟାଳୟକୁ ଡକିଥିବା ସୂଚନା

୫୭ ବର୍ଷରେ ପାଦ ଥାପିଲେ ବଲିଉଡର କିଙ୍ଗ୍‌ ଖାନ୍‌… ଶାହରୁଖଙ୍କୁ ଛୁଟୁଛି ଜନ୍ମଦିନର ଶୁଭେଚ୍ଛା… ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ… ମୁମ୍ବଇ ସ୍ଥିତ ବାସଭବନରେ ଜମୁଛି ଫ୍ୟାନ୍ସଙ୍କ ଭିଡ…

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ.. ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪,ସଙ୍ଗରୋଧରୁ ୧୫, ୧୧ ସ୍ଥାନୀୟ..୨୪୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ନୂଆଦିଲ୍ଲୀ : ଦେଶରେ ଚିହ୍ନଟ ହେଲେ ଆଉ ୧,୧୮୮ଆକ୍ରାନ୍ତ.. ସୁସ୍ଥ ହେଲେ ୧,୧୯୦ ..ଆରୋଗ୍ୟ ହାର ୯୮.୭୮%..୧୬,୨୪୩ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ

kalyan agarbati

Comments are closed.