www.samajalive.in
Sunday, December 7, 2025
26.1 C
Bhubaneswar

ସମସ୍ତ ବର୍ଗର ଶିକ୍ଷକମାନଙ୍କୁ ନେଇ ଜରୁରୀକାଳୀନ ବୈଠକ

ନର୍ଲା: ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ନର୍ଲା ବ୍ଲକର ସମସ୍ତ ବର୍ଗର ଶିକ୍ଷକ  ମାନଙ୍କୁ ନେଇ  ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ପରିଚାଳନା ଦାୟିତ୍ବରେ ଡିସିଲାଲ ପଧାନ ସଭାପତିତ୍ୱ କରିଥିଲେ । ସମସ୍ତଙ୍କ ମିଳିତ ସହଯୋଗରେ ଏନ୍.ପି.ଏସ୍ କମିଟି ଗଠନ କରାଯାଇଥିଲା  । ସର୍ବସମ୍ମତି କ୍ରମେ ନିମ୍ନ ଲିଖିତ ସଦସ୍ୟ/ ସଦସ୍ୟାଙ୍କୁ ମନୋନୀତ କରାଗଲା । ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସେଠୀ ସମ୍ପାଦକ, ଶ୍ରୀଯୁକ୍ତ ଘାସିରାମ ଖାଡଙ୍ଗା, ଉପସଭାପତି ଶ୍ରୀ ଉଗ୍ରସେନ ସାହୁ, ସଂଯୋଜକ ଶ୍ରୀ ଦେବଦତ୍ତ ମିଶ୍ର, କୋଷାଧ୍ୟକ୍ଷ  ଶ୍ରୀ ଶରତ ଚନ୍ଦ୍ର ଭୋଇ, କାର୍ଯ୍ୟକାରୀ ସଭାପତି ଶ୍ରୀ ଯୌବନ ହରିଜନ, ବଳଭଦ୍ର ହରିଜନ ଓ ଶ୍ରୀମତୀ ପ୍ରତିଭା ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀମତୀ ଜୋସ୍ନାରାଣୀ ମଲ୍ଲିକ, ଉପଦେଷ୍ଟା ମଣ୍ଡଳୀ ଡିସିଲାଲ ପଧାନ, ତ୍ରିନାଥ ହରିପାଲ ଟଙ୍କଧର ନିଆଲ ଓ  ସୁରେଶ କୁମାର ଶର୍ମା  । ସରକାରଙ୍କ ପ୍ରାଥମିକ ଶିକ୍ଷକ ମାରଣ ନୀତିକୁ ଏହି ସଭାରେ ପୁଙ୍ଖାନୁପୁଙ୍ଖ ଭିତରେ ଆଲୋଚନା କରାଯାଇଥିଲା । ବକ୍ତା ମାନେ ଗଭୀର କ୍ଷୋଭ ବ୍ୟକ୍ତ କରିଥିଲେ । ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରାଗଲା ।  ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ ଓ ପୂରାତନ ପେନସନ ବ୍ୟବସ୍ଥା ଲାଗୁକରିବା , ଚୁକ୍ତିଭିତିକ ଛଅ ବର୍ଷକୁ ମୁଳ ଚାକିରିରେ ଗଣନାକରି  ୬ଟି ଇଂକ୍ରିମେଣ୍ଟ ପ୍ରଦାନ କରିବା ଓ ଏକ୍ସ କ୍ୟାଡ଼ର ଉଚ୍ଛେଦ ଆଦି ଦାବି ଉପସ୍ଥାପନ କରାଯାଇଥିଲା ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories