ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ରାଷ୍ଟ୍ରୀୟ ଏକତା ଦିବସ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଜାତୀୟ ଏକତା ଦିବସ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏନଏସଏସ ଯୋଜନା ଅଧିକାରୀ ଅଧ୍ୟାପିକା ବସିରା ବେଗମଙ୍କ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ଛାତ୍ରୀମାନଙ୍କର ଏକ ସଚେତନତା ଶୋଭାଯାତ୍ରାକୁ କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଉଦ୍‌‌ଘାଟନ କରିଥିଲେ। ଶୋଭାଯାତ୍ରାରେ ଛାତ୍ରୀମାନେ ସହର ପରିକ୍ରମା କରିବା ସହିତ ଆଠଗଡ ମୁଖ୍ୟ ଡାକଘରକୁ ଆସି ସେଠାରେ ସଫେଇ କରିଥିଲେ । ମୁଖ୍ୟ ଡାକଘରର ଅତିରିକ୍ତ ଡାକପାଳ ଜୟନ୍ତ କୁମାର ସାମନ୍ତରାୟ, ଅନ୍ୟ ସମସ୍ତ ଡାକ କର୍ମଚାରୀ, ଏନଏସଏସ ସ୍ୱେଚ୍ଛାସେବୀ ଛାତ୍ରୀ ଓ କଲେଜ ଅଧ୍ୟକ୍ଷାଙ୍କ ସମେତ ଅନ୍ୟ ଅଧ୍ୟାପିକା, କର୍ମଚାରୀମାନେ ମିଶି ଶପଥ ପାଠ କରିଥିଲେ । ପରେ କଲେଜରେ ପୁଣି ଅଧ୍ୟକ୍ଷା ସମସ୍ତ ଛାତ୍ରୀ ଅଧ୍ୟାପିକା ଓ କର୍ମଚାରୀ, ରାଷ୍ଟ୍ରୀୟ ଏକତା ଓ ଜାତୀୟ ସଂଘତି ରକ୍ଷା କରିବା ପାଇଁ ଶପଥ ପାଠ କରିଥିଲେ।

kalyan agarbati

Comments are closed.