ଫ୍ରେଣ୍ଡସ୍‌‌ କ୍ଲବ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ଓ କଟକ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହଯୋଗରେ ରାଷ୍ଟ୍ରୀୟ ଏକତା ଦିବସ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ର ନିର୍ମାତା ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୭ତମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଥିବା ବେଳେ କନ୍ଦରପୁର ଗ୍ରାମରେ ଏହି ଉପଲକ୍ଷେ ଫ୍ରେଣ୍ଡସ କ୍ଲବ ପକ୍ଷରୁ ଗଣଦୌଡ, ସଫେଇ କାର୍ଯ୍ୟକ୍ରମ ସହିତ ଏକ ସଭାର ଆୟୋଜନ ହୋଇଥିଲା । କ୍ଲବର ସଭାପତି ଇଂ ପ୍ରିୟବ୍ରତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ଆୟୁର୍ବେଦିକ ଡାକ୍ତର ମାଧବଚନ୍ଦ୍ର ସାମନ୍ତରାୟ ଓ କନ୍ଦରପୁର ପ୍ରାଣୀ ନିରୀକ୍ଷକ ଶୁଭଲକ୍ଷ୍ମୀ ବିଶ୍ୱାଳ ଯୋଗଦେଇ ସର୍ଦ୍ଦାର ପଟେଲଙ୍କର ଦେଶପ୍ରେମ, ସ୍ୱାଧୀନତା ସଂଗ୍ରାମରେ ଅବଦାନ ଏବଂ ଅଖଣ୍ଡ ଭାରତବର୍ଷ ଗଠନରେ ଭୂମିକା ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କର ନୀତି, ଆଦର୍ଶ ଓ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ ହୋଇ ଆଜିର ଯୁବପୀଢି ଦେଶ ସେବାକୁ ବ୍ରତ ଭାବେ ଗ୍ରହଣ କରିବା ଲାଗି ସେମାନେ ପରାମର୍ଶ ଦେଇଥିଲେ । କ୍ଲବର ସଦସ୍ୟମାନେ କନ୍ଦରପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ମନ୍ଦିର ପରିସର ଓ ଗ୍ରାମର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରିବା ସହ ଅକ୍ଟୋବର ୧ ରୁ ୩୧ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଉଦ୍‌‌ଯାପନ ହୋଇଥିଲା। ପୂର୍ବାହ୍ନରେ ଅବସରପ୍ରାପ୍ତ ସୈନିକ ଇନ୍ଦ୍ରମଣି ସୁତାରଙ୍କ ନେତୃତ୍ୱରେ କ୍ଲବର ସଦସ୍ୟ ଓ ଗ୍ରାମର ଯୁବକମାନେ ଏକ ଗଣଦୌଡରେ ଅଂଶଗ୍ରହଣ କରିଥିଲେ । କ୍ଲବର ସଂପାଦକ ଭାଷ୍କରଚନ୍ଦ୍ର ବେହେରା, ଉପସଭାପତି ସୂର୍ଯ୍ୟକାନ୍ତ ସେଠୀ, ସଭ୍ୟ ବିରଞ୍ଚି ସାହୁ, ଚନ୍ଦନ ନାୟକ, ସଂଜୀତ ବାରିକ, ମଧୁ ସାହୁ, ସୁଚିତ୍ର ବେହେରା, ମଣ୍ଟୁ ସାହୁ, କାର୍ତ୍ତିକ ବେହେରା, ପ୍ରଦୀପ ସାହୁ, ଲୁଲୁ ଦଳାଇ, ଜିତେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

kalyan agarbati

Comments are closed.