ବ୍ରହ୍ମପୁରରେ ସେକ୍ସ ରାକେଟ ଠାବ
ବ୍ରହ୍ମପୁର : ବ୍ରହ୍ମପୁରରେ ପୁଣିଥରେ ସେକ୍ସ ରାକେଟ ଠାବ ହୋଇଛି। ଟାଟାବେଞ୍ଜ ଛକ ନିକଟସ୍ଥ ତୁଳସୀ ଗେଷ୍ଟ ହାଉସରେ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ପୁଲିସ ପକ୍ଷରୁ ଚଢଉ କରାଯାଇଥିଲା। ସେଠାରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଜଣ ଗ୍ରାହକଙ୍କୁ ଅଟକ ରଖାଯାଇଛି । ଏଠାରେ ଅନେକ ଦିନ ହେବ ସେକ୍ସ ରାକେଟ ଚାଲୁଥିବା ନେଇ ଖବର ମିଳିବା ପରେ ନିଜେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ ସେଠାରେ ମୋଟର ସାଇକଲରେ ପହଞ୍ଚି ଚଢଉ କରିଥିଲେ। ବିଏନପୁର ଥାନା ଅଧିକାରୀ ରାମକୁମାର ମୂର୍ମୁ, ଗୋସାଇଁ ନୂଆଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ, ଏସଆଇ ବିଭୂତି ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଚଢଉରେ ସାମିଲ ଥିଲେ। ଖବର ଲେଖାହେବା ସୁଦ୍ଧା ଚଢଉ ଜାରି ରହିଛି।
Comments are closed.