ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଚାଷ ନଷ୍ଟ କଲା ବନବିଭାଗ

ବୌଦ୍ଧ: ଗଞ୍ଜେଇ ଚାଷ ଓ କାରବାରର ପେଣ୍ଠସ୍ଥଳ ପାଲଟିଛି ବୌଦ୍ଧ ଜିଲା । ପ୍ରତିବର୍ଷ ପୁଲିସ, ଅବକାରୀ ବିଭାଗ ଓ ବନ ବିଭାଗ ପକ୍ଷରୁ ବେଆଇନ ଭାବେ ଗଞ୍ଜେଇ ଚାଷ ନଷ୍ଟ କରିଆସୁଥିଲେ ମଧ୍ୟ ଜିଲାରୁ ଏହା ଲୋପ ହୋଇପାରୁନାହିଁ । ରବିବାର ଦିନ ବୌଦ୍ଧ ବନିବିଭାଗ ପକ୍ଷରୁ ବୌଦ୍ଧ ରେଞ୍ଜର ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲର  ଏକ ନମ୍ବର କମ୍ପାଟମେଣ୍ଟର ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଦୁଇ ହେକଟର ଜମିରେ ଲାଗିଥିବା ୧୫ ହଜାର ୭ଶହ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡିଛି । ଚଢଉରେ ବୌଦ୍ଧ ରେଂଜର ନିହାର ରଞ୍ଜନ ମଲିକ, କଂଟାମାଳ ରେଂଜର କ୍ଷୀରାବ୍ଧୀ ପ୍ରଧାନ, ଫରେଷ୍ଟର ଦେବକାନ୍ତ ବେହେରା, ସ୍ୱାଧୀନ ସାମଲ, ଏମ.ପ୍ରସାଦ ରାଓ, ଅଭିମନ୍ୟୁ ମହାନ୍ତି, ମାଳତୀ ମାଝୀଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

kalyan agarbati

Comments are closed.