ବିଜେପି ପକ୍ଷରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳିରେ ବୈଠକ ଅନୁଷ୍ଠିତ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଲିଗୋରଡ଼ ସନ୍ନିକଟ ରାମିଆଳ ନଦୀ ତଟରେ ଥିବା ଆମ୍ବ ତୋଟାରେ ଉପଖଣ୍ଡର ପରଜଙ୍ଗ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ ଯୋଗ ଦେଇ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଏବଂ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାରେ ସରକାରୀ କଳର ସଂପୃକ୍ତି ଥିବାର ଆଲୋକପାତ କରିଥିଲେ । ବୈଠକରେ ଏହାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସୂଚନା ଦେଇଥିଲେ l ଏଥିରେ ଶତ୍ରୁଘ୍ନ ଜେନା, ପ୍ରେମାନନ୍ଦ ଜେନା, ପବିତ୍ର କୁମାର ବିଶ୍ୱାଳ, ମାତୃପ୍ରସାଦ ନନ୍ଦ, ସନ୍ଦୀପ ପଟ୍ଟନାୟକ, ରସାନନ୍ଦ ଦେହୁରୀ, ଚନ୍ଦନ ବେହେରା, ରତିକାନ୍ତ ସାହୁଙ୍କ ସହିତ ଉଭୟ ନିର୍ବାଚନ ମଣ୍ଡଳୀର ମଣ୍ଡଳ ସଭାପତି, ପ୍ରଭାରୀ, ବିସ୍ତାରକ ଯୋଗ ଦେଇଥିଲେ l ଆଗାମୀ ନଭେମ୍ବର ୨ ତାରିଖରେ ଦଳ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ଅବସରରେ ସାମ୍ବାଦିକା ସୁମିତ୍ରା ମିଶ୍ରଙ୍କୁ ଦଳରେ ସ୍ୱାଗତ କରାଯାଇଥିଲା l

kalyan agarbati

Comments are closed.