ପଞ୍ଚୁକ ପୂର୍ବରୁ ଧବଳେଶ୍ୱରପୀଠରେ ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ

ଗୁରୁଡିଝାଟିଆ : ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ଆଜି ରବିବାର ଥିବାରୁ ପ୍ରାୟ ଦେଢଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡି ଲଗିଥିଲା। ଧବଳେଶ୍ୱର ବିଟ ହାଉସ ଠାରୁ ମନ୍ଦିର ପର୍ଯ୍ୟନ୍ତ ଅସମ୍ଭବ ଭିଡ ଲାଗିରହିଥିଲା। ଘଣ୍ଟାଘଣ୍ଟା ଧରି ଶ୍ରଦ୍ଧାଳୁମାନେ ଧାଡିରେ ଛିଡା ହୋଇରହିଥିବା ବେଳେ ଅନେକ ଶ୍ରଦ୍ଧାଳୁ ଦର୍ଶନ ନକରିପାରି ଫେରିବା ଦେଖାଯାଇଥିଲା । ଅସହ୍ୟ ଖରାରେ ଛୋଟ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନେ ନାହିଁ ନଥିବା କଷ୍ଟ ଅନୁଭବ କରିଥିଲେ । ଆଜି ରବିବାର ଥିବାରୁ ପ୍ରଭୂଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ସମବେତ ହୋଇଥିଲେ। ପଞ୍ଚୁକ ପୂର୍ବରୁ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ ଦେଖି ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନର୍ବାହୀ ଅଧିକାରୀ ହେମନ୍ତ କୁମାର ସ୍ୱାଇଁ ରାତି ୮ଟା ପର୍ଯ୍ୟନ୍ତ ଉପସ୍ଥିତ ରହି ଭିଡକୁ ନିୟନ୍ତ୍ରଣ କରିଥିଲେ।

kalyan agarbati

Comments are closed.