www.samajalive.in
Saturday, December 6, 2025
15.1 C
Bhubaneswar

ମନ୍ତ୍ରୀ ତୁଷାରକାନ୍ତିଙ୍କ ବାସଭବନକୁ ଛାତ୍ର କଂଗ୍ରେସର ଅଣ୍ଡାମାଡ

ଭୁବନେଶ୍ୱର : ଶନିବାର ରାଜଧାନୀରେ ନବୀନ ନିବାସକୁ ଘେରାଉ ଉଦ୍ୟମ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନକୁ ଛାତ୍ର କଂଗ୍ରେସ ଧସେଇ ପଶିଛନ୍ତି। ଡିସିପିଙ୍କ ଉପସ୍ଥିତିରେ ଛାତ୍ର କଂଗ୍ରେସ କର୍ମୀ ଧସେଇ ପଶିଛନ୍ତି। ମନ୍ତ୍ରୀ କ୍ୱାର୍ଟର୍ସକୁ ମଧ୍ୟ ଅଣ୍ଡାମାଡ କରିଥିବା ଜଣାପଡିଛି। ଏହାସହ ଜେ.ପି ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ , ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଉଛି।
ସୂଚନା ଯୋଗ୍ୟ, ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ପୂର୍ବାହ୍ନ ସମୟରେ ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୁଲିସ ଅଟକାଇବାରୁ ଛାତ୍ର କଂଗ୍ରେସ ପକ୍ଷରୁ ହୋଇଥିଲା ଅଣ୍ଡାମାଡ। ଫରେଷ୍ଟ ପାର୍କ ନିକଟରେ ଅଟାକାଇବାରୁ ପ୍ରତିବାଦ କରି ଟମାଟୋ ଓ ଅଣ୍ଡା ମାଡ କରିଥିଲା ଛାତ୍ର କଂଗ୍ରେସ। ପୁଲିସ ବ୍ୟାରିକେଡ ଟପି ଯିବାକୁ ଉଦ୍ୟମ ସହ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories