www.samajalive.in
Sunday, December 7, 2025
16.1 C
Bhubaneswar

ନାଗ ଚତୁର୍ଥୀରେ ନାଗ ଦେବତାଙ୍କୁ ପୂଜାର୍ଚ୍ଚନା

ପଦ୍ମପୁର : ପଦ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମନସ୍କାମନା ପୂର୍ଣ ଓ ନାଗଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାଗ ଚତୁର୍ଥୀରେ ପୂଜାର୍ଚ୍ଚନା କରିଛନ୍ତି। ଦୀପାବଳୀର ପଞ୍ଚମ ଦିନରେ ନାଗ ଚତୁର୍ଥୀ ପଡେ , ଏହି ଦିନ  ନାଗ ଦେବତାଙ୍କ ହୁଙ୍କା (ବିଳା) ନିକଟରେ କ୍ଷୀର ଓ ଅଣ୍ଡା ଦେଇ ପୂଜାର୍ଚ୍ଚନା କରିବାର ବିଧି ରହିଛି। ତେଣୁ ମହିଳା ଓ ସପରିବାର ନାଗ ଦେବତା ରହୁଥିବା ହୁଙ୍କା (ବିଳା) ନିକଟରେ ପହଞ୍ଚି କ୍ଷୀର, ଅଣ୍ଡା ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ। କେହି କେହି ଶିବମନ୍ଦିରକୁ ଯାଇ ମଧ୍ୟ ପୂଜାର୍ଚ୍ଚନା କରାଯିବାର ଦେଖିବାକୁ ମିଳିଥିଲା। ଏହି ବର୍ଷ ତିଥିରେ ଦୁଇଦିନ ନାଗ ଚତୁର୍ଥୀ ପଡ଼ୁଥିବାରୁ ପଦ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ନାଗଚତୁର୍ଥୀ ପାଳନ କରୁଥିବାର ଦେଖିବାକୁ ମିଳିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories