www.samajalive.in
Friday, December 5, 2025
17.1 C
Bhubaneswar

ସଠିକ ସମୟରେ ଡାକ୍ତର ଆସୁନଥିବା ଅଭିଯୋଗ

ବଲାଙ୍ଗିର :ସଠିକ ସମୟରେ ଡାକ୍ତର ଆସୁନଥିବା ଅଭିଯୋଗ । ଅଲଟ୍ରା ସାଉଣ୍ଡ ପରୀକ୍ଷା ପାଇଁ ମହିଳା ହଟହଟା । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀରରେ। ଲୋଇସିଂହାର ବନୀତା ପ୍ରଧାନ। ଅଲଟ୍ରା ସାଉଣ୍ଡ କରିବା ପାଇଁ ଶୁକ୍ରବାର ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଆସିଥିଲେ। କେବଳ ଶ୍ରୀମତୀ ପ୍ରଧାନ ନୁହନ୍ତି, ତାଙ୍କ ଭଳି ବହୁ ମହିଳା ପରୀକ୍ଷା ପାଇଁ ଧାଡିରେ ଠିଆ ହୋଇଥିଲେ। ପରୀକ୍ଷା ପୂର୍ବରୁ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଆଯାଇଥିଲା। ସେହି ଅନୁସାରେ ସେମାନେ ପାଣି ପିଇ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ। ଦିନ ସାଢେ ୧୨ଟା ବାଜି ଯାଇଥିଲେ ମଧ୍ୟ ଡାକ୍ତରଙ୍କ ଦେଖା ଦର୍ଶନ ନାହିଁ ବୋଲି ଅଭିଯୋଗ କରିଛନ୍ତି।
ତେଣୁ ଡାକ୍ତରଙ୍କୁ ଅପେକ୍ଷା କରି ବେଦମ୍ ହୋଇଯାଇଥିବା ମହିଳାମାନେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି। ସୂଚନା ଅନୁସାରେ, ଗୁରୁବାର ମଧ୍ୟ ଡାକ୍ତର ଅଲଟ୍ରା ସାଉଣ୍ଡ ପରୀକ୍ଷା ପାଇଁ ବିଳମ୍ବରେ ଆସିଥିଲେ। ତରବରିଆ ଭାବେ ଜଣେ, ୨ଜଣଙ୍କ ପରୀକ୍ଷା ପରେ ଚାଲି ଯାଇଥିଲେ। କାଲି ପରୀକ୍ଷାରୁ ବଞ୍ଚିତ ହୋଇଥିବା ମହିଳାମାନେ ଆଜି ପୁଣି ଧାଡି ଲଗାଇଥିଲେ। ସେମାନେ ପରୀକ୍ଷା ପାଇଁ ଅନେକ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି। ଡାକ୍ତରୀ ଅବହେଳାକୁ କେହି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି। ମହିଳାମାନେ ଅପେକ୍ଷା କରି ଫେରିଯିବାକୁ ବାଧ୍ୟ ହେଉଛନ୍ତି। ତେବେ ଅଲଟ୍ରା ସାଉଣ୍ଡ ପରୀକ୍ଷା ଖର୍ଚ୍ଚ ବହନ କରିବା ସାଧାରଣ ଲୋକଙ୍କ ପାଇଁ ସହଜ ନୁହେଁ। ତେଣୁ ସେମାନେ ସରକାରୀ ଡାକ୍ତରଖାନାକୁ ଆସୁଛନ୍ତି। କିନ୍ତୁ ଡାକ୍ତରୀ ଅବହେଳା ଯୋଗୁଁ ମହିଳାମାନେ ଘରୋଇ ସଂସ୍ଥାରେ ଅଲଟ୍ରା ସାଉଣ୍ଡ କରିବାକୁ ଏକପ୍ରକାର ବାଧ୍ୟ ହେଉଥିବା କହିଛନ୍ତି। ତେଣୁ ପ୍ରଶାସନ ଓ ଭୀମ ଭୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories