www.samajalive.in
Monday, December 15, 2025
16.1 C
Bhubaneswar

ପଟ୍ଟାମୁଣ୍ଡାଇ କେନାଲରେ ୧୦୦ଫୁଟର ଘାଇ, ଭାସିଗଲା ବହୁ ଦୋକାନ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଭେଡା ପଞ୍ଚାୟତ ଦେଇ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ତ୍ରିବେଣୀଶ୍ୱର ବଜାର ନିକଟରେ ଘାଇ ସୃଷ୍ଟି ହୋଇଛି । କୁଆଁପାଳ-ଗୋପିନାଥପୁର ପୂର୍ତ୍ତ ରାସ୍ତାରେ ୧୦୦ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଘାଇ ହୋଇଥିବା ବେଳେ, ଏଥିରେ ବହୁ ଦୋକାନ ଘର ଭାସିଯାଇଛି । ଘାଇ ହେବାପରେ କେନାଲ ପାଣି ବିରୂପା ନଦୀକୁ ପ୍ରବାହିତ ହେଉଛି । ଯାହାଫଳରେ ତ୍ରିବେଣୀଶ୍ୱର ଠାରୁ ପଟ୍ଟାମୁଣ୍ଡାଇ ଯାଏଁ କେନାଲ ପାଣି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।  ଭରା କେନାଲ ପାଣି ସ୍ରୋତରେ ୬ଟି ଦୋକାନ ଗୃହ ଭାସିଯିବା ସହ ଢଳାଇ ରାସ୍ତା ଏବେ ଧାସେଇବା ଆରମ୍ଭ ହୋଇଛି । ଏପରିକି ବଡ଼ ବଡ଼ ଅତଡ଼ା ଖସିବା ଦ୍ଵାରା ବଜାର ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି କେନାଲଟି ନୃତାଙ୍ଗ ଜଳସମ୍ପଦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ରହିଛି, ତେବେ ଏଯାଏଁ ନୃତାଂଗ ଜଳସମ୍ପଦ ଯନ୍ତ୍ରୀ ଘାଇ ସ୍ଥଳରେ ପହଞ୍ଚିନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories