ମେଷ: ଈଶ୍ବର ନିଷ୍ଠା ଭାଗ୍ୟୋନ୍ନତର କାରଣ ହୋଇପାରେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିଯୁକ୍ତ ହୋଇପାରନ୍ତି। ଭକ୍ତିଯୁକ୍ତ, ଧନଯୁକ୍ତ ହେଲେ ହେଁ ପରଶ୍ରୀକାତର ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ପ୍ରୀତିଭୋଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ପତ୍ନୀ ଗୁଣବତୀ, ରୂପବତୀ, ଶାନ୍ତ ସ୍ବଭାବ ସମ୍ପନ୍ନା ପତିବ୍ରତା ହେବେ।
ମିଥୁନ: ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ପାରିବାରିକ ସୁଖ ମିଳିବ। ପତ୍ନୀଙ୍କୁ ସୁରକ୍ଷା ଦେବାକୁ ଯାଇ ଦୁଷ୍ଟ ଲୋକଙ୍କର ଶତ୍ରୁ ହୋଇପାରନ୍ତି।
କର୍କଟ: ଯଶସ୍ବୀ ହେବେ। ବସ୍ତ୍ର-ଭୂଷଣ ପ୍ରାପ୍ତିର ସୂଚନା ମିଳୁଛି। ସଂଯମୀ ହୋଇପାରନ୍ତି। ପୁତ୍ରମାନେ ପ୍ରସିଦ୍ଧି ଲାଭ କରିବେ। କୀର୍ତ୍ତିମାନ୍ ହେବେ। ମହାନୁଭବ, ଧନୀ ଓ ବିନୟାବନତ ହୋଇପାରନ୍ତି।
ସିଂହ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶ୍ରମ ସାର୍ଥକ ହେବ। ଅବୁଝାମାନଙ୍କୁ ସଦ୍ଜ୍ଞାନ ସମ୍ପନ୍ନ କରାଇପାରନ୍ତି। ଅମାୟିକ ବ୍ୟକ୍ତିର ପରିଚୟ ସୃଷ୍ଟିକରିବେ। ପ୍ରତ୍ୟେକ କାର୍ଯ୍ୟରେ ଓ କ୍ଷେତ୍ରରେ ଅଗ୍ରଗଣ୍ୟ ହେବେ।
କନ୍ୟା: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ ଠାକୁରଙ୍କ ସଂଦର୍ଶନରେ ତଲ୍ଲୀନ ହୋଇପାରନ୍ତି। ମହିଳାଙ୍କ ସହ ମିତ୍ରତା ସ୍ଥାପନ ହେବ।
ତୁଳା: ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବ୍ୟବସାୟ ଭଲରେ ଚାଲିବ। ପୁତ୍ରଠାରୁ ଧନପ୍ରାପ୍ତ ହେବେ। ଗୁରୁଙ୍କଠାରୁ ଅଳ୍ପ ଧନ ମିଳିବ।
ବିଛା: ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ। ବନ୍ଧୁ ସହାୟତା ମିଳିପାରେ। ସଂଗ୍ରାମୀ ହେବେ। କ୍ଷୁଦ୍ର, ବୃହତ୍ ଆଦି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ। ସାହସୀ ହେବେ।
ଧନୁ: ଶୁଭକାର୍ଯ୍ୟରେ ନିୟୋଜିତ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ପ୍ରିୟ ଭାଷୀ ଓ ଧନଯୁକ୍ତ ହେବେ। ସୁବର୍ଣ୍ଣ ସମ୍ପଦଯୁକ୍ତ ହେବେ। ପାପସଙ୍ଗୀମାନଙ୍କୁ ଚିହ୍ନି ଦୂରେଇଦେଇ ପାରନ୍ତି।
ମକର: ଜ୍ଞାନଗରିମା ସମ୍ପନ୍ନ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁ କଷ୍ଟରେ ସଫଳତା ମିଳିବ। ଜଳଯାନରୁ, ବିଦେଶବାସରୁ, ରାଜସେବାରୁ ଧନଲାଭ କରିପାରନ୍ତି।
କୁମ୍ଭ: ସରକାରୀ ସ୍ତରରୁ ଆୟ ଆସିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କୁଳୋଚିତ କର୍ତ୍ତା, କୀର୍ତ୍ତିଯୁକ୍ତ, ସ୍ଥିର ଓ ଆଦରଯୁକ୍ତ ହେବେ। ବେଦ, ଦ୍ବିଜଭକ୍ତ ହେବେ।
ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ସର୍ବତ୍ର ଶୁଭ ଆଶା କରାଯାଏ। ଧର୍ମଧ୍ବଜାଧାରୀ ହେବେ। ତୀର୍ଥ ଭ୍ରମଣ ଯୋଗ ଅଛି। ଯାଗଯଜ୍ଞର କର୍ତ୍ତା ହୋଇପାରନ୍ତି। ଧନବାନ୍ ହୋଇପାରନ୍ତି। ଅର୍ଥାଗମର ସୂଚନା ମିଳୁଛି।
ଶନିବାର ରାଶିଫଳ ୨୯.୧୦.୨୦୨୨
Popular Categories



