ଘନଉଛି ପରାଗରେ ବିରିୟାନୀ ଖିଆ ବିବାଦ: ୨ ହେତୁବାଦୀଙ୍କ ନାଁରେ ମାମଲା
ଡେସ୍କ: ସୂର୍ଯ୍ୟୋପରାଗରେ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏନେଇ ପୁରୀ ସିଂହଦ୍ବାର ଥାନାରେ ଶୁକ୍ରବାର ୨ ହେତୁବାଦୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ହେତୁବାଦୀ ପ୍ରତାପ ରଥ ଓ ଦେବେନ୍ଦ୍ର ସୂତାରଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଓଡ଼ିଶା ବ୍ରାହ୍ମଣ ସମାଜ ଏତଲା ଆଧାରରେ ରୁଜୁ ହୋଇଛି ମାମଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ସୂର୍ଯ୍ୟୋପରାଗରେ ପରମ୍ପରା ବିରୋଧୀ ମନ୍ତବ୍ୟ ଅଭିଯୋଗ ପ୍ରସଙ୍ଗରେ ହେତୁବାଦୀ ପ୍ରତାପ ରଥକୁ ଲିଗାଲ୍ ନୋଟିସ୍ ହୋଇଛି। ହାଇକୋର୍ଟ ଆଇନଜୀବୀ ସନ୍ଦିପନ ମିଶ୍ରଙ୍କ ପକ୍ଷରୁ ଏହି ଲିଗାଲ୍ ନୋଟିସ୍ କରାଯାଇଛି। ୭ ଦିନ ମଧ୍ୟରେ ନିର୍ଦିଷ୍ଟ ଉତ୍ତର ନେଦେଲେ ମାମଲା ରୁଜୁ ହେବ ବୋଲି କହିଛନ୍ତି ଆଇନଜୀବୀ ସନ୍ଦିପନ ମିଶ୍ର।
Comments are closed.