ରାଜ୍ୟ ଗୃହମନ୍ତ୍ରୀମାନଙ୍କ ଚିନ୍ତନ ଶିବିର ବୈଠକକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୁଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟ ଗୃହମନ୍ତ୍ରୀମାନଙ୍କ ଚିନ୍ତନ ଶିବିର ବୈଠକକୁ ଭିଡ଼ିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବେ । ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଚିନ୍ତନ ଶିବିର ହରିଆନାର ସୁରଜକୁଣ୍ଡ ଠାରେ ଗତକାଲିଠାରୁ ଆରମ୍ଭ ହୋଇଛି । ଏହି ବୈଠକରେ ବିଭିନ୍ନ ରାଜ୍ୟର ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ୍‌‌ ମହାନିର୍ଦ୍ଦେଶକ, ସିଏପିଏଫ୍‌‌ ଡିଜି ଯୋଗ ଦେଇଛନ୍ତି । ଦେଶରେ ସାଇବର ଅପରାଧ ପରିଚାଳନା, ନିଶା କାରବାର ଏବଂ ସୀମାପାର
ଆତଙ୍କବାଦ ମୁକାବିଲା ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଉଛି। ଏହି ଶିବିରରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କରେ ନୀତି ପ୍ରଣୟନ କରାଯିବା ପାଇଁ ଆଲୋଚନା ହେବ। ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସର ପଞ୍ଚ ପ୍ରଣ ସମ୍ପର୍କରେ ଦେଇଥିବା ଅଭିଭାଷଣର ଅଂଶ ସ୍ୱରୂପ ଏହି ବୈଠକ ବସିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଚିନ୍ତନ ଶିବିରରେ ଯୋଗଦେଇ କହିଥିଲେ, ଦେଶରେ ସାଇବର ଅପରାଧ ପରିଚାଳନା, ନିଶାକାରବାର ଏବଂ ସୀମାପାର
ଆତଙ୍କବାଦକୁ କିଭଳି ମୁକାବିଲା କରାଯିବ ସେ ନେଇ ଏ ବୈଠକର ଆଲୋଚନା କରାଯାଇଛି । ଶ୍ରୀ ଶାହା କହିଛନ୍ତି, ଅପରାଧ କରିବାର ଢାଞ୍ଚାର ପରିବର୍ତ୍ତନ
ଆସିଛି ଏବଂ ଏହାର କୌଣସି ସୀମା ନାହିଁ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ଏକ ନୀତି ପ୍ରଣୟନ କରି ଲଢ଼ିବାର ସମୟ ଆସିଛି ।
ଶ୍ରୀ ଶାହା କହିଛନ୍ତି, ଏକଦା ହିଂସା ଓ ଅସ୍ଥିରତାରେ ରହୁଥିବା ଜାମ୍ମୁ କାଶ୍ମୀର ଏବଂ ଉତ୍ତରପୂର୍ବାଞ୍ଚଳ ବର୍ତ୍ତମାନ ବିକାଶ ପଥରେ ଆଗେଇ ଚାଲିଛି। ଉତ୍ତର ପୂର୍ବାଞ୍ଚଳରେ ଗତ ୮ ବର୍ଷ ଧରି ସୁରକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି । ଗତ ୨୦୧୪ ମସିହା ଠାରୁ ୭୪ ପ୍ରତିଶତ ଜରୁରୀକାଳୀନ ଅବସ୍ଥା ହ୍ରାସ ପାଇଥିବା ବେଳେ ମୃତ୍ୟୁ ହାର ୬୦ ପ୍ରତିଶତ ହ୍ରାସ ପାଇଛି । ୯ହଜାର ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ଏହି ଅବସରରେ ଶ୍ରୀ ଶାହା କହିଛନ୍ତି । ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଶାନ୍ତି ଓ ପ୍ରଗତିର ଏକ ନୂତନ ଧାରା ଆରମ୍ଭ ହୋଇଥିବା ସେ କହିଛନ୍ତି ।

prayash

ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆତଙ୍କବାଦକୁ ଆଦୌ ବରଦାସ୍ତ କରାଯିବା ନୀତି ଅତ୍ୟନ୍ତ ଫଳପ୍ରଦ ହୋଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌‌ଆଇଏ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଆତଙ୍କବାଦୀକୁ ଦମନ କରିବା ପାଇଁ ଭରପୂର ଉଦ୍ୟମ କରୁଥିବା ସେ କହିଛନ୍ତି । ଆସନ୍ତା ୨୦୨୪ ସୁଦ୍ଧା ଦେଶର ସମସ୍ତ
ରାଜ୍ୟରେ ଏନ୍‌‌ଆଇଏର ଶାଖା ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରଖା ଯାଇଥିବା ଶ୍ରୀ ଶାହା କହିଛନ୍ତି । କେନ୍ଦ୍ର ଏବଂ ରାଜ୍ୟର ମିଳିତ ସହଯୋଗରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ଗୁଡ଼ିକୁ ରୋକାଯାଇ ପାରିଥିବା ସେ କହିଛନ୍ତି ।

kalyan agarbati

Comments are closed.