www.samajalive.in
Sunday, December 14, 2025
14.1 C
Bhubaneswar

ଗଗନଯାନ ମିଶନ ପାଇଁ ଇସ୍ରୋ ପ୍ରସ୍ତୁତ, ୨୦୨୩ ଫେବୃଆରୀରେ ହେବ ପରୀକ୍ଷାମୂଳକ ଉଡ଼ାଣ

ଡେସ୍କ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଗଗନଯାନ ମିଶନ ଅନ୍ତର୍ଗତ କେତେକ ପରୀକ୍ଷାମୂଳକ ଉଡ଼ାଣ ଆସନ୍ତା ବର୍ଷ ଅର୍ଥାତ ୨୦୨୩ ଫେବୃଆରୀରେ ହେବ। ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ୍ ପୂର୍ବରୁ ଏହି ପରୀକ୍ଷାମୂଳକ ଉଡ଼ାଣ କରାଯିବ। ଇସ୍ରୋର ମାନବ ମହାକାଶ ଉଡ଼ାଣ କେନ୍ଦ୍ରର ନିର୍ଦ୍ଦେଶକ ଆର. ଉମାମହେଶ୍ଵରନ କହିଛନ୍ତି, ଗଗନଯାନ ମାନବ ମହାକାଶ ଉଡ଼ାଣ ମିଶନ୍ ଅଧୀନରେ ମହାକାଶଚାରୀ ମାନଙ୍କୁ ୩ ଦିନ ପାଇଁ କକ୍ଷପଥକୁ ପଠାଇବା ଯୋଜନା ଥିବାରୁ ଏହି ପରୀକ୍ଷଣ ସମୟରେ ଚିନୁକ ହେଲିକପ୍ଟର ଓ ସି-୧୭ ଗ୍ଲୋବମାଷ୍ଟର ପରିବହନ ଜାହାଜ ବ୍ୟବହାର କରାଯିବ।

ଭାରତୀୟ ମହାକାଶ କଂଗ୍ରେସକୁ ଉଦବୋଧନ ଦେବା ଅବସରରେ ସେ କହିଛନ୍ତି, ଇତିମଧ୍ୟରେ ଇସ୍ରୋ ପରିବେଶ ସୁରକ୍ଷା ବ୍ୟବସ୍ଥାର ରୂପରେଖ ଚୂଡାନ୍ତ କରିସାରିଛି। ଏହି ବ୍ୟବସ୍ଥା ଦ୍ୱାରା ମହାକାଶଚାରୀମାନେ ପୃଥିବୀର କକ୍ଷପଥ ପରିକ୍ରମା କରୁଥିବା ଯାନ ମଧ୍ୟରେ ସଠିକ ତାପମାତ୍ରା ରକ୍ଷା କରିବ। ଏହି ସମୟ ମଧ୍ୟରେ ପ୍ରାୟ ଇସ୍ରୋ ୧୭ ପ୍ରକାର ପରୀକ୍ଷା କରିବ।

Hot this week

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

Related Articles

Popular Categories