www.samajalive.in
Sunday, December 14, 2025
19.1 C
Bhubaneswar

ପୁଲିସକୁ ଲୁଟିଆଙ୍କ ଖୋଲା ଚ୍ୟାଲେଞ୍ଜ -ସୁନା ବେପାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲୁଟ୍‌

ପାଟଣାଗଡ – ସ୍ଥାନୀୟ ପୁଲିସର ଅପାରଗତାର ସୁଯୋଗ ନେଇ ମାତି ଉଠିଛନ୍ତି ଲୁଟିଆ । ଗୁରୁବାର ସକାଳେ ଯୋଗିମୁଣ୍ଡାର ଜଣେ ପରିବା ବିକାଳୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ବାଇକ୍‌ ଏବଂ ୮ ହଜାର ଟଙ୍କା ଲୁଟ ହେବା ପରେ ସଂଧ୍ୟାରେ ସ୍ଥାନୀୟ ଗଙ୍ଗାନଗରରେ ରହୁଥିବା ଜଣେ ସୁନା ବେପାରୀ ବିନୋଦ ସା(୪୦)ଲୁଟିଆଙ୍କ ଶୀକାର ହୋଇଥିବା ଜଣାଯାଇଛି । ଆଜି ଗୋଟିଏ ଦିନରେ ୨ଟି ଲୁଟ୍‌ ଘଟଣା ଘଟିଯାଇଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଏବଂ ଆତଙ୍କର ବାତାବରଣ ସୃଷ୍ଟି କରିଛି । ଏହାସହ ପୁଲିସକୁ ଲୁଟିଆଙ୍କ ଏହା ଖୋଲା ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି ।

ପ୍ରକାଶ ଯେ, ନିକଟସ୍ଥ ଅପୁରସାଗର ଗ୍ରାମର ମୂଳ ନିବାସୀ ବିନୋଦ ସା ସ୍ଥାନୀୟ ଗଙ୍ଗାନଗରରେ ଏକ ଘରେ ରହୁଥିବା ସହ ଚୂଡାପାଲିଠାରେ ଗାୟତ୍ରୀ ଜୁଏଲର୍ସ ନାମରେ ଏକ ସୁନା ଗହଣା ଦୋକାନ ଖୋଲିଛନ୍ତି । ସବୁଦିନ ଭଳି ଗୁରୁବାରରେ ଦୋକାନ ବନ୍ଦ କରି ନିଜ ଆପାଚି ବାଇକ୍‌ ନମ୍ବର ଓଡି୦୩ୟୁ-୬୩୧୧ରେ ସେ ନିଜ ଘରକୁ ଫେରୁଥିଲେ । ସଂଧ୍ୟା ପ୍ରାୟ ୬ ଘଣ୍ଟା ୨୦ ମିନିଟ ସମୟରେ ୨ ଜଣ ଦୁର୍ବୃତ୍ତ(ବାଇକ୍‌ ଆରୋହୀ) ତାଙ୍କୁ ପିଛା କରି ଆସି ବଲାଙ୍ଗିର ରାସ୍ତାର ଧୁବଳପଡା-ଭଇଁଷା ମଧ୍ୟରେ ପଛପଟୁ ଲାତ ମାରିବା ପରେ ବିନୋଦ ତଳେ ପଡିଯାଇଥିଲେ । ଦୁର୍ବୃତ୍ତ ମାନେ ଏକ ଛୁରୀରେ ବିନୋଦଙ୍କୁ ଆକ୍ରମଣ କରି ସେ ନିଜ ପିଠିରେ ଟାଙ୍ଗିଥିବା ବ୍ୟାଗକୁ ଛଡାଇବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ । ତେବେ ନଗଦ ଟଙ୍କା ସହ ବିଭିନ୍ନ ଏଟିଏମ୍‌ କାର୍ଡ, କ୍ରେଡିଟ କାର୍ଡ ଇତ୍ୟାଦି ଥିବା ବିନୋଦଙ୍କ ମନିପର୍ସକୁ ଛଡାଇ ନେବାରେ ଲୁଟିଆମାନେ ସଫଳ ହୋଇଥିବା ଜଣାଯାଇଛି ।

- Advertisement -

ଛୁରୀମାଡରେ ବିନୋଦଙ୍କ ଡାହାଣ ହାତରେ ଦୁଇଟି ସ୍ଥାନରେ ଗଭୀର କ୍ଷତ ହୋଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଜଣାଯାଇଛି । ଖବର ପାଇ ବଣିକ ସଂଘ ସଭାପତି ରାଜେଶ ମେହେର, ସୁନାରୀ ସଂଘର ସୁଶାନ୍ତ ମେହେର ଏବଂ ଅନ୍ୟାନ୍ୟ ସଦସ୍ୟ, ଉଠାଦୋକାନୀ ସଂଘର ଡଗରେଶ୍ୱର ମେହେର ଏବଂ ଅନ୍ୟମାନେ ପହଞ୍ଚି ବିନୋଦ୍‌କୁ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ପାଟଣାଗଡ ଥାନାରେ ପହଞ୍ଚିଛନ୍ତି । ତେବେ ପାଟଣାଗଡ ଅଞ୍ଚଳରେ ହତ୍ୟା, ରାହାଜାନୀ, ଡକାୟତି ଇତ୍ୟାଦି ଘଟଣାମାନ ବୃଦ୍ଧି ପାଉଥିବା ବେଳେ ପୁଲିସର ନିଷ୍କ୍ରିୟତାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି ବଣିକ ସଂଘ । ପୁଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ସହ ବିଗତ ଦିନରେ ସ୍ପଷ୍ଟ ଦିବାଲୋକରେ ଏକ ସୁନା ଗହଣା ଦୋକାନରୁ ହୋଇଥିବା ଡକାୟତି ଘଟଣା ସହ ନିକଟରେ ଘଟିଯାଇଥିବା ଲୁଟ୍‌ ଘଟଣା ଗୁଡିକର ପର୍ଦ୍ଦାଫାସ କରି ଦୁର୍ବୃତ୍ତମାନଙ୍କୁ ଧରିବାକୁ ଦାବୀ କରିଛି ବଣିକ ସଂଘ । ଏହାଛଡା ଆଗାମୀ ୧୫ ଦିନ ମଧ୍ୟରେ କୌଣସି ସୁଫଳ ନ ମିଳିଲେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି କହିଛନ୍ତି ସଂଘର ସଭାପତି ରାଜେଶ ମେହେର ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories