www.samajalive.in
Saturday, December 6, 2025
16.1 C
Bhubaneswar

ସମାଜରେ ଖବର ପ୍ରକାଶପରେ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ପିଚୁ ମରାମତି କାର୍ଯ୍ୟ ଆରମ୍ଭ

ଗୁରୁଡିଝାଟିଆ- ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ ଏବେ ହେବ ସୁଗମ । ପୂର୍ବରୁ ରାସ୍ତା ଖାଲଖମାରେ ପୂର୍ଣ୍ଣ ଥିବାରୁ ସାଧାରଣଯାତ୍ରୀ ଏବଂ ଆମ୍ବୁଲାନ୍ସରେ ଯାଉଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଏବେ ରାସ୍ତା ଓ କୋଠାବାଡି ବିଭାଗର ନିର୍ବାହୀଯନ୍ତ୍ରୀ ଇଂ ପ୍ରଦୀପ କୁମାର ମହାନ୍ତି ଓ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରାଙ୍କ ଉପସ୍ଥିତିରେ ଧବଳେଶ୍ୱର ଠାରୁ କଖଡି ପର୍ଯ୍ୟନ୍ତ ଖାଲଖମା ହୋଇ ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତାର ମରାମତି କାମ ପରେ ଏବେ ପିଚୁକାର୍ଯ୍ୟ ଚାଲିଛି । ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ପଥଚାରୀ ,ବିଦ୍ୟାର୍ଥୀ ଓ ଗାଡିଚାଳକ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି । ଏତେଦିନ ପରେ ଯନ୍ତ୍ରଣାରୁ ମୁକ୍ତି ମି ଳିଛି । ପ୍ରକାଶଯୋଗ୍ୟ ଏହି ରାସ୍ତାର ପାଇକରାପୁର ଠାରୁ ଘଣ୍ଟିଖାଲ ପର୍ଯ୍ୟନ୍ତ ରାସ୍ତା ଏକପ୍ରକାର ମରଣଯନ୍ତା ପାଲଟିଥିଲ । ଗାଡିଚାଳକ କଣ ପାଦରେ ଚାଲିଚାଲିଯିବା ମଧ୍ୟ ବିପଦସଂକୁଳ ଥିଲା ।

- Advertisement -

ବାଇକଚାଳକମାନେ ପ୍ରତ୍ୟେହ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଥିଲେ । ଏ ସଂପର୍କରେ ସମାଜରେ ସଚିତ୍ର ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାସ୍ତାର ଦୟନୀୟସ୍ଥିତି ଦେଖି ତୁରନ୍ତ ମରାମତି କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories