www.samajalive.in
Sunday, December 14, 2025
19.1 C
Bhubaneswar

ୟୁକୋ ବ୍ୟାଙ୍କର ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌, ସାଲେପୁର ଓ ପୁରୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟିତ

ଭୁବନେଶ୍ୱର: ସମଗ୍ର ଦେଶରେ ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ (ଡିବିୟୁ) ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍‌ରେ ଦେଶବାସୀଙ୍କ ନିମନ୍ତେ ଲୋକାର୍ପଣ କରାଯାଇଛି । ଏଥି ମଧ୍ୟରୁ ୟୁକୋ ବ୍ୟାଙ୍କର ୨ଟି ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ କଟକ ଜିଲ୍ଲାର ସାଲେପୁର ଏବଂ ପୁରୀଠାରେ ଲୋକାର୍ପଣ ହୋଇଯାଇଛି । ସାଲେପୁର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ ଲୋକାର୍ପଣ ଉତ୍ସବରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ମାନ୍ୟବର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇସ୍ରାକ ଅଲ୍ଲି ଖାନ୍‌ ଏବଂ ଅନ୍ୟାନ୍ୟ ମାଣ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ସେହିପରି ପୁରୀ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ ଲୋକାର୍ପଣ ଉତ୍ସବରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପୁରୀର ମାନ୍ୟବର ସାଂସଦ ପିନାକୀ ମିଶ୍ରଙ୍କ ପ୍ରତିନିଧି ଭକ୍ତ ଚରଣ ଦାସ, ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ମହାପ୍ରବନ୍ଧକ ଏବଂ ଆଞ୍ଚଳିକ ମୁଖ୍ୟ ଗୌତମ ପାତ୍ରଙ୍କ ସମେତ ଅନ୍ୟାନ୍ୟ ମାଣ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ ଦ୍ୱାରା ସାଧାରଣ ବ୍ୟକ୍ତି ଏବଂ ବ୍ୟାଙ୍କିଙ୍ଗ୍‌ ସେବା ମଧ୍ୟରେ ଥିବା ଦୂରତ୍ୱ ହ୍ରାସ ହେବା ସହିତ ବର୍ଷସାରା ୨୪ ଘଣ୍ଟିଆ ବ୍ୟାଙ୍କିଙ୍ଗ୍‌ ସେବା ମିଳିପାରିବ । ଏହି ସମସ୍ତ ବ୍ୟାଙ୍କିଙ୍ଗ୍‌ କାରବାର ବିନା କାଗଜ ଏବଂ ଗ୍ରାହକମାନଙ୍କୁ ତତ୍‌କ୍ଷଣାତ ସେବା ଯୋଗାଇଦେବା ନିମନ୍ତେ ପ୍ରଯୁଜ୍ୟ ହେବ ।

- Advertisement -

ଏହି ବ୍ୟାଙ୍କିଙ୍ଗ୍‌ ସେବା ମଧ୍ୟରେ ଜମା ଖାତା ଖୋଲିବା, ଏଟିଏମ୍‌ କାର୍ଡ ଇସ୍ୟୁ କରିବା, ପାସ ବୁକ ଇସ୍ୟୁ, କ୍ୟାସ୍‌ ଜମା/ଉଠାଣ, ଏନ୍‌ଇଏଫ୍‌ଟି, ଆଇଏମ୍‌ପିଏସ୍‌ ଓ ୟୁପିଆଇ ମାଧ୍ୟମରେ ଫଣ୍ଡ୍‌ ଟ୍ରାନ୍ସଫର, ଚେକ୍‌ କ୍ଲିୟରିଙ୍ଗ୍‌, ବାଲାନ୍ସ ଚେକିଙ୍ଗ୍‌, ଏପିୱାଇ, ପିଏମ୍‌ଜେଜେବିୱାଇ, ପିଏମ୍‌ଏସ୍‌ବିୱାଇରେ ନିଜକୁ ତାଲିକାଭୁକ୍ତ କରିବା, ବିଲ୍‌ ପେମେଣ୍ଟ, ଚେକ୍‌ ବୁକ୍‌ ପାଇଁ ଅନୁରୋଧ, ଅଭିଯୋଗ ଦାୟର, ଏଟିଏମ୍‌ କାର୍ଡ ବ୍ଲକ୍‌, କେୱାଇସି ଅପଡେଟ୍‌, ପ୍ରାକ୍‌ ଅନୁମୋଦିତ ବ୍ୟକ୍ତିଗତ ୠଣ ଅନୁମୋଦନ, ସରକାରୀ ଯୋଜନା ଅନ୍ତର୍ଗତ ଜନ ସମର୍ଥ ପୋର୍ଟାଲରେ ଋଣ ଆବେଦନ, ରିଟେଲ୍‌/ ଏମ୍‌ଏସ୍‌ଏମ୍‌ଇ ଲୋନ୍‌ ନିମନ୍ତେ ଲିଡ ଜେନେରେସନ୍‌ ଏବଂ ୧୫ଜି/୧୫ଏଚ୍‌ ଇତ୍ୟାଦି ଦାଖଲ ଅନ୍ତର୍ଭୁକ୍ତ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories