ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ହିନ୍ଦୀ ପକ୍ଷ ସମାପନ ସମାରୋହ ଆୟୋଜିତ

ଭୁବନେଶ୍ୱର: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭୁବନେଶ୍ୱର ପକ୍ଷରୁ ୧୪ ସେପ୍ଟେମ୍ବର, ୨୦୨୨ରୁ ଆରମ୍ଭ ହୋଇଥିବା ହିନ୍ଦୀ ପକ୍ଷର ସମାପନ ସମାରୋହ ଉତ୍ସବ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ରଠାରେ ଅନୁଷ୍ଠିତ
ହୋଇଯାଇଛି । ବ୍ୟାଙ୍କର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ, ମହାପ୍ରବନ୍ଧକ ସର୍ଭେଶ ରଞ୍ଜନ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ଶୋଭନ୍‌ ସେନଗୁପ୍ତା ତଥା କଟକ କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ତୁଷାର କାନ୍ତ
କର ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ଏବଂ ରିବନ କାଟି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ହିନ୍ଦୀ ରଚନା, ହିନ୍ଦୀ କବିତା, ହିନ୍ଦୀରେ କମ୍ପ୍ୟୁଟରୀକରଣ, ବ୍ୟାଙ୍କିଙ୍ଗ୍‌ ଶବ୍ଦାବଳୀ ଏବଂ ହିନ୍ଦୀ ଲେଖନୀ ଆଦି ପ୍ରତିଯୋଗିତାଗୁଡିକ ଆୟୋଜନ କରାଯାଇଥିଲା ଯେଉଁଥିରେ ବ୍ୟାଙ୍କର କର୍ମଚାରୀମାନେ ବଡ ଉତ୍ସାହର ସହିତ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ସମୁଦାୟ ୩୩ ଜଣ କର୍ମଚାରୀ ବିଜୟୀ ହୋଇଥିଲେ ଏବଂ ଅତିଥିମାନଙ୍କ ଦ୍ୱାରା ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମୟରେ କମ୍ପ୍ୟୁଟରରେ ଅନ୍ୟ ସମସ୍ତ ହିନ୍ଦୀ ୟୁନିକୋଡ୍‌ ସକ୍ରିୟ କରାଗଲା ତଥା ଅନ୍ୟ ସମସ୍ତ ବିଭାଗକୁ ଦ୍ୱିଭାଷୀ ଇ-ମେଲ୍‌ ହସ୍ତାକ୍ଷର ପ୍ରସ୍ତୁତ କରାଗଲା । ଏହି କାର୍ଯ୍ୟକ୍ରମରେ ରମାଦେବୀ ମହାବିଦ୍ୟାଳୟରୁ ଡ଼ଃ. ବିମଳା ପାତ୍ର, ପାଠକ (ହିନ୍ଦୀ)ଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଇଥିଲା ।

ହିନ୍ଦୀ ଦିବସ ଅବସରରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ୟୁନିୟନ୍‌ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ. ମଣିମେଖାଲାଇଙ୍କ ଦ୍ୱାରା ଦିଆଯାଇଥିବା ବାର୍ତ୍ତା ପାଠ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉଚ୍ଚ ପଦାଧିକାରୀମାନଙ୍କୁ ହିନ୍ଦୀ ମାଧ୍ୟମରେ ଅନେକ କାର୍ଯ୍ୟ ନିଷ୍ପାଦନ କରିଥିବାରୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ବ୍ୟାଙ୍କ କର୍ମଚାରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ମଧ୍ୟ ଭାଗରେ ଅଞ୍ଚଳ କାର୍ଯ୍ୟାଳୟ ଦ୍ୱାରା ନେଗୋସିଏବୁଲ ଇନ୍‌ଷ୍ଟ୍ରୁମେଣ୍ଟ ସନ୍ଦର୍ଭ ସାହିତ୍ୟ ଏବଂ କ୍ଷେତ୍ରୀୟ କାର୍ଯ୍ୟାଳୟ ଦ୍ୱାରା ଷ୍ଟ୍ରେସ୍‌ଡ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ ସନ୍ଦର୍ଭ ସାହିତ୍ୟର ଉନ୍ମୋଚନ କରାଯାଇଥିଲା । ବ୍ୟାଙ୍କ ତରଫରୁ ଉପ-ଅଞ୍ଚଳ ମୁଖ୍ୟ ଶଙ୍କର ହେମ୍ବ୍ରମ୍‌ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ସହ ଅଖିଳେଶ କୁମାର, ବରିଷ୍ଠ ପ୍ରବନ୍ଧକ(ରାଜଭାଷା) ଏବଂ ପ୍ରୀତି ସା ମିଳିତ ଭାବରେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Comments are closed.