www.samajalive.in
Saturday, December 6, 2025
26.1 C
Bhubaneswar

ଦ୍ୱିତୀୟ ତ୍ରୟମାସରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ନେଟ୍‌ ଲାଭ ୫୩୫କୋଟିରୁ ଅଧିକ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ଅନାଦେୟ ଋଣ ହ୍ରାସ ଓ ମୋଟ୍‌ ସୁଧ ଆୟରେ ବୃଦ୍ଧି ଘଟିବା ସହ ସେପ୍ଟେମ୍ବର ୨୦୨୨ ଶେଷ ସୁଦ୍ଧା ନେଟ୍‌ ଲାଭ ଦ୍ୱିଗୁଣିତ ହୋଇ ୫୩୫କୋଟିରେ ପହଞ୍ଚିଛି । ବ୍ୟାଙ୍କର  ସେୟାର ଶତକଡା ୪.୭୪ ପ୍ରତିଶତ ବୃଦ୍ଧିରେ ରହିଥିବା ସହ ବିଏସ୍‌ଇରେ ଏହାର ସେୟାର ପିଛା ମୂଲ୍ୟ ୧୮.୮ଟଙ୍କା ରହିଛି । ବ୍ୟାଙ୍କର ମୋଟ୍‌ ଆୟ ୪,୩୧୭ କୋଟିରେ ପହଞ୍ଚିଛି ଯାହା ପୂର୍ବ ବର୍ଷ ଏହି  ସମୟରେ ୪,୦୩୯କୋଟି ରହିଥିଲା । ବ୍ୟାଙ୍କର ନେଟ୍‌ ଇଣ୍ଟରେଷ୍ଟ ମାର୍ଜିନ୍‌ (ଏନ୍‌ଆଇଏମ୍‌) ଶତକଡା ୩.୨୮ପ୍ରତିଶତରୁ ୩.୫୫ପ୍ରତିଶତକୁ ବୃଦ୍ଧି ପାଇଛି । ବ୍ୟାଙ୍କର ନେଟ୍‌ ସୁଧ ଆୟ ଶତକଡା ୨୬ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୧,୮୮୭ କୋଟି ଟଙ୍କାରେ ପହଞ୍ଚି ପାରିଛି ଯାହା ପୂର୍ବ ବର୍ଷ ଏହି ସମୟରେ ୧,୫୦୦ କୋଟି ଟଙ୍କା ଥିଲା ।

ସେପ୍ଟେମ୍ବର ୨୦୨୨ ଶେଷ ସୁଦ୍ଧା ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏ ଶତକଡା  ୫.୫୬ ପ୍ରତିଶତରୁ ହ୍ରାସ ପାଇ ଶତକଡା ୩.୪୦ ପ୍ରତିଶତରେ ପହଞ୍ଚିଛି । ବ୍ୟାଙ୍କର ନେଟ୍‌ ଏନ୍‌ପିଏ କିମ୍ବା ଅନାଦେୟ ଋଣ ଶତକଡା ୧.୭୩ ପ୍ରତିଶତରୁ ହ୍ରାସ  ପାଇ ଶତକଡା ୦.୬୮ ପ୍ରତିଶତରେ ପହଞ୍ଚିଛି । ୩୦ସେପ୍ଟେମ୍ବର ୨୦୨୨ ସୁଦ୍ଧା ବ୍ୟାଙ୍କର ପ୍ରୋଭିଜନ୍‌ କଭରେଜ ରେସିଓ ଶତକଡା ୯୨.୩୮ ପ୍ରତିଶତରୁ ଶତକଡା ୯୬.୦୬ ପ୍ରତିଶତକୁ ବୃଦ୍ଧି ପାଇଛି । ଦ୍ୱିତୀୟ ତ୍ରୟମାସ ପାଇଁ ବ୍ୟାଙ୍କର ଅନାଦେୟ ଋଣ ବ୍ୟବସ୍ଥା ପୂର୍ବ ବର୍ଷ ଏହି ସମୟରେ ୯୨୨ କୋଟି ଟଙ୍କା ରହିଥିବା ବେଳେ ଏହା ହ୍ରାସ ପାଇ ୫୩୨ କୋଟି ଟଙ୍କାରେ ପହଞ୍ଚିଛି । ସେପ୍ଟେମ୍ବର ମାସ ସୁଦ୍ଧା ବ୍ୟାଙ୍କର ପରିଚାଳନାଗତ ଲାଭ ୪.୪୩ ପ୍ରତିଶତ ବୃଦ୍ଧି ଘଟିଛି । ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ .ଏସ୍‌. ରାଜୀବ କହିଛନ୍ତି ଯେ, ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର ଶତକଡା ୧୨.୮୯ ପ୍ରତିଶତରୁ ଶତକଡା ୧୬.୭୧ ପ୍ରତିଶତକୁ ବୃଦ୍ଧି ପାଇଛି । ଶ୍ରୀ ରାଜୀବ କହିଛନ୍ତି ଯେ, ଗୃହ ଋଣ ମାର୍କେଟ ସେୟାରରେ ବୃଦ୍ଧି ଘଟାଇବା ପାଇଁ ବ୍ୟାଙ୍କ ପକ୍ଷରୁ ଗୃହ ଋଣକୁ ହ୍ରାସ କରାଯାଇଛି । ବ୍ୟାଙ୍କର ସିଡି ଅନୁପାତ ଶତକଡା ୬୩.୪୭ ପ୍ରତିଶତରୁ ବୃଦ୍ଧି ପାଇ ଶତକଡା ୭୫.୬୯ ପ୍ରତିଶତରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ଭାଗରେ ବ୍ୟାଙ୍କ ଅତିରିକ୍ତ ଟାୟାର ୧ ବଣ୍ଡ୍‌ ୭୫୦କୋଟିକୁ ବୃଦ୍ଧି କରିଛି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories