www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା

ଲଣ୍ଡନ: ବ୍ରିଟେନରେ ରାଜନୈତିକ ସଙ୍କଟ ଘନଉଥିବା ବେଳେ ଗୁରୁବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍। ଦାୟିତ୍ବ ନେବାର ୪୪ ଦିନ ପରେ ଟ୍ରସ୍‌ ପଦ ତ୍ୟାଗ କରିଛନ୍ତି। ସେପ୍ଟେମ୍ବର ୬ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏଥିସହ ଲିଜ୍ ଟ୍ରସ୍ ବ୍ରିଟେନ ଇତିହାସରେ ସବୁଠାରୁ କମ୍ କାର୍ଯ୍ୟକାଳର ପ୍ରଧାନମନ୍ତ୍ରୀ ପାଲଟିଛନ୍ତି। କଞ୍ଜରଭେଟିଭ୍‌ ଦଳର ନେତା ପଦରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି। ସପ୍ତାହକ ମଧ୍ୟରେ ଦଳୀୟ ନେତା ନିର୍ବାଚନ ହେବ। ସେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିବେ ବୋଲି କହିଛନ୍ତି ଟ୍ରସ୍। ଏହାପୂର୍ବରୁ ଟ୍ରସ୍ କ୍ୟାବିନେଟରୁ ଅର୍ଥମନ୍ତ୍ରୀ କ୍ବାସୀ କ୍ବାର୍ଟେଙ୍ଗ ଓ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ ମଧ୍ୟ ଇସ୍ତଫା ଦେଇଥିଲେ।

ସୂଚନାଯୋଗ୍ୟ, ବଜେଟ୍‌କୁ ନେଇ ଟ୍ରସ୍‌ ଜନ ଆକ୍ରୋଶର ଶିକାର ହୋଇଥିଲେ। ପ୍ରତିଶ୍ରୁତି ପାଳନରେ ସେ ଖିଲାପ କରିଥିବା ନେଇ ଜନ ଅସନ୍ତୋଷ ତୀବ୍ର ହୋଇଥିଲା।

- Advertisement -

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories