www.samajalive.in
Saturday, December 13, 2025
21.1 C
Bhubaneswar

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ହକି ଇଣ୍ଡିଆ ଉଚ୍ଚ ପ୍ରତିନିଧି ଦଳ

ରାଉରକେଲା: ରାଉରକେଲା ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ। ଏହି ଟିମ୍ ମୁଖ୍ୟ ଷ୍ଟାଡିୟମ ସହିତ ଦର୍ଶକ ଗ୍ୟାଲେରୀ, ଅଭ୍ୟାସ ପଡ଼ିଆ, ଖେଳାଳିମାନଙ୍କ ରହଣିସ୍ଥଳ, ଚେଞ୍ଜିଙ୍ଗ ରୁମ୍ ଆଦି ଦେଖିଥିଲେ। ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ସାଧାରଣ ସମ୍ପାଦକ ଭୋଳାନାଥ ସିଂହ ଏବଂ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର. କେ. ଶ୍ରୀବାସ୍ତବ ସାମିଲ ଥିଲେ। ହକି ବିଶ୍ୱକପକୁ ସ୍ମରଣୀୟ କରିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ।

‘‘ରାଉରକେଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହାର କାମ ମଧ୍ୟ ଜୋରସୋରରେ ଚାଲିଛି। ହକି ବିଶ୍ୱକପ ପାଇଁ ବିଭିନ୍ନ ପ୍ରସ୍ତୁତି ନେଇ ହକି ଇଣ୍ଡିଆ ଖୁସି’’ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

- Advertisement -

‘‘ଆମେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାମ ବୁଲିକି ଦେଖିଲୁ। ବହୁତ ଭଲ କାମ ହୋଇଛି। ହକି ବିଶ୍ୱକପର ସଫଳ ଆୟୋଜନ ପାଇଁ ଓଡ଼ିଶା ସରକାର ମଧ୍ୟ ତତ୍ପର ଅଛନ୍ତି। ଏହି ବିଶ୍ୱକପକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ହକି ଇଣ୍ଡିଆ ମଧ୍ୟ ଆବଶ୍ୟକ ସହଯୋଗ କରିବ’’, କହିଛନ୍ତି ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଳାନାଥ ସିଂହ।

ହକି ଇଣ୍ଡିଆର ଏହି ଉଚ୍ଚ ପ୍ରତିନିଧି ଦଳ ବୁଧବାର ସନ୍ଧ୍ୟାରେ ରାଉରକେଲାରେ ପହଞ୍ଚିଥିଲେ। ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ହକି ଆସୋସିଏସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ୨୦୨୩ ହକି ବିଶ୍ୱକପର ସଫଳ ଆୟୋଜନ ସମ୍ପର୍କରେ ଜିଲ୍ଲା ହକି ଆସୋସିଏସନର କର୍ମକର୍ତ୍ତାଙ୍କ ସହ ହକି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଥିଲେ। ହକିର ଗଡ଼ ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଛି। ତେଣୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ଉପରେ ପ୍ରତିନିଧି ଦଳ ବିଶେଷ ଗୁରୁତ୍ୱ ଦେଇଛନ୍ତି।

୨୦୨୩ ଜାନୁୟାରୀ ମାସରେ ହେବାକୁ ଥିବା ହକି ବିଶ୍ୱକପର ଆୟୋଜକ ରହିଛି ଓଡ଼ିଶା। ଭୁବନେଶ୍ୱର ସହିତ ରାଉରକେଲାରେ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଏଥିପାଇଁ ରାଉରକେଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ସେଠାରେ ୨୦ ହଜାରରୁ ଅଧିକ ଦର୍ଶକ ଏକସଙ୍ଗେ ବସି ଖେଳ ଉପଭୋଗ କରିପାରିବେ।

ହକି ଇଣ୍ଡିଆ ପ୍ରତିନିଧିଙ୍କ ଷ୍ଟାଡିୟମ ପରିଦର୍ଶନ ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ କୁମାର ତରାଇଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପୁଲିସ୍‌ ଏସ୍‌ଆଇ ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories