ଜୟପୁର ବିମାନବନ୍ଦରକୁ ବିମାନ ଉଡ଼ାଣ ନେଇ ମିଳିଲା ଅନୁମତି.. ‘ଉଡ଼ାନ୍’ ଯୋଜନାରେ ଲାଇସେନ୍ସ ଦେଲେ ଡିଜିସିଏ..
୮ହଜାର ଟଙ୍କା ଲାଞ୍ଚ ନେବା ହେଲା କାଳ; ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦେବଗଡ଼ ଜିଲା ତିଲେଇବଣି ବ୍ଲକରେ ଅବସ୍ଥାପିତ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ
କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ କରାଯାଇଛି ଅପମାନ.. ସରକାରୀ କାର୍ଯ୍ୟକ୍ରମରେ ଜୋତା ପିନ୍ଧି ମହାବାହୁଙ୍କୁ ପୁଷ୍ପ ପ୍ରଦାନ କରି ପୂଜା କଲେ ମାଲକାନଗିରି ଜିଲ୍ଲା କୋରକଣ୍ଡା ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଜୋତ୍ସ୍ନାରାଣୀ ପ୍ରଧାନ..
ମଧ୍ୟପ୍ରଦେଶର ମୋରେନାରେ ଗୁରୁବାର ବାଣ ଗୋଦାମରେ ଘଟିଛି ବିସ୍ଫୋରଣ .. ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାପଡ଼ିଛି .. ଦିନ ପ୍ରାୟ ୧୧ଟା ୩୦ ସମୟରେ ଘଟିଛି ଏହି ଦୁର୍ଘଟଣା..
ବେଙ୍ଗାଲୁରୁରେ ପୁଣି ବର୍ଷା ବିତ୍ପାତ.. କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ବୁଧବାର ସନ୍ଧ୍ୟାରୁ ଲଗାଣ ବର୍ଷା କାରଣରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି .. ଅଧିକାଂଶ ସ୍ଥାନରେ ରାସ୍ତାଘାଟ, କଲୋନୀ ଓ କାର୍ଯ୍ୟାଳୟ ମାନଙ୍କରେ ହୋଇଛି ଜଳାର୍ଣ୍ଣବ
ସମ୍ଭାବ୍ୟ ବାତ୍ୟା ନେଇ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ ପ୍ରତିକ୍ରିୟା .. ବାତ୍ୟା ପାଇଁ ପ୍ରସ୍ତୁତ ରହିବା ପାଇଁ ୩୦ ଜିଲ୍ଲାପାଳଙ୍କୁ ଦିଆଯାଇଛି ନିର୍ଦ୍ଦେଶ .. ବାତ୍ୟା ଆଶ୍ରୟସ୍ଥଳୀ, କଲେଜ ଓ ସ୍କୁଲ ପ୍ରସ୍ତୁତ କରାଯାଉଛି..
ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଉଥିବା ନେଇ ସୂଚନା .. ଓଡିଶା ଉପକୂଳରୁ କିଛି ଦୂରରେ ସ୍ପର୍ଶ କରି ଚାଲିଯିବ ବାତ୍ୟା .. ଏନେଇ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଟ୍ୱିଟ ଯୋଗେ ମିିଳିଛି ସୂଚନା ..
ବାତ୍ୟା ମୁକାବିଲା ପାଇଁ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ.. ଆଜି ଅପରାହ୍ନ ୫ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ .. ବୈଠକରେ ଏସିଆରସିଙ୍କ ସମେତ ଉପସ୍ଥିତ ରହିବେ ବରିଷ୍ଠ ଅଧିକାରୀ..
ଜାତିସଂଘରେ ଭାରତର ପ୍ରସ୍ତାବରେ ପୁଣି ବାଧାଦେଲା ଚୀନ .. ହାଫିଜ ତଲହାକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଅଟକାଇଲା ଚୀନ .. ଜାତିସଂଘରେ ସ୍ବତନ୍ତ୍ର ଅଧିକାର ବଳରେ ଭାରତର ପ୍ରସ୍ତାବକୁ ଅଟକାଇଲା ଚୀନ..
୫ ମାସ ମଧ୍ୟରେ ପଞ୍ଚମ ଥର ପାଇଁ ଭାରତର ପ୍ରସ୍ତାବ ଉପରେ ଚୀନର ରୋକ .. ମୁମ୍ବଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦର ପୁଅ ହାଫିଜ ତଲହା..
ଗତ ଏପ୍ରିଲରେ ହାଫିଜ ତଲହାକୁ ଆତଙ୍କବାଦୀ ଘୋଷଣା କରିଥିଲା ଭାରତ..
ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ ଆନ୍ଦୋଳନ.. କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ଡାକରା .. ବ୍ୟାଙ୍କ, ପୋଷ୍ଟ ଅଫିସ ସମେତ ବିଭିନ୍ନ ଅଫିସ ଆଜି ବନ୍ଦ ରହିବ..



