www.samajalive.in
Monday, December 8, 2025
16.1 C
Bhubaneswar

ସ୍ଥାୟୀ ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ଦାବିପତ୍ର

ନବରଙ୍ଗପୁର: ନବରଙ୍ଗପୁର ଜିଲାବାସୀଙ୍କ ସମୂହ ସ୍ୱାର୍ଥ ପାଇଁ ଆଦିବାସୀ ଅଧ୍ୟୁଷିତ ଏହି ଜିଲାରେ ସ୍ଥାୟୀ ଭିଜିଲାନ୍ସ ଅଦାଲତ ସ୍ଥାପନ ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ଉଦ୍ଦେଶ୍ୟରେ ଜିଲା ଓକିଲ ସଂଘ ଦ୍ୱାରା ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ନରସିଂହ ତ୍ରିପାଠୀଙ୍କ ଦ୍ଵାରା ଦାବିପତ୍ର ଜିଲା ଓ ଦୌରା ଜଜ ସଞ୍ଜୀବ କୁମାର ଦୁବେଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ବିଗତ ଦିନରେ ସଭାପତି ଥିବା ବେଳେ ଶ୍ରୀ ତ୍ରିପାଠୀଙ୍କ ଦ୍ବାରା ଭିଜିଲାନ୍ସ ସର୍କିଟ କୋର୍ଟ ପ୍ରତିଷ୍ଠା ପାଇଁ ଦାବି କରାଯାଇଥିଲା ଓ ଏଥିଯୋଗୁଁ ମାସକୁ ତିନିଦିନ ଭିଜିଲାନ୍ସ କୋର୍ଟ ଚାଲୁଛି । ଏହାକୁ ସ୍ଥାୟୀ କରିବା ପାଇଁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି । ନବରଙ୍ଗପୁର ଜିଲାରେ ଏହି କୋର୍ଟ ପ୍ରତିଷ୍ଠା ହେଲେ ବହୁତ କେସ ଗୁଡିକର ଶୀଘ୍ର ସମାଧାନ ହୋଇପାରିବ ବୋଲି ସଭାପତି ନରସିଂହ ତ୍ରିପାଠୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଶ୍ରୀକାନ୍ତ କୁମାର ପଣ୍ଡା, ସୁବୋଧ ଚନ୍ଦ୍ର ବେନିଆ, ତାଜ ଇମ୍ରାନ ସରିଫ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମରେଶ ଗନ୍ତାୟତ, ପ୍ରଫୁଲ୍ଲ ଦେବ ସିଂ, ପ୍ରଶାନ୍ତ ପଟ୍ଟନାୟକ, ସଞ୍ଜୀବ ଭକ୍ତ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ମିନାକ୍ଷୀ ପାଢ଼ୀ, ଶର୍ମିଷ୍ଠା ରଥ, ପଙ୍କଜିନୀ ତ୍ରିପାଠୀ, ପ୍ରଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories