www.samajalive.in
Monday, December 15, 2025
16.1 C
Bhubaneswar

କ୍ବାର୍ଟରରେ ବ୍ରାଜିଲ ; ୩ୟ ପରାଜୟ ସହ ଭାରତର ଅଭିଯାନ ଶେଷ

ଭୁବନେଶ୍ୱର : ପ୍ରଥମ ଥର ଫିଫା ବିଶ୍ବକପ ଖେଳିଥିବା ଭାରତୀୟ ମହିଳା ଫୁଟବଲ ଦଳ ଏଥିରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଆୟୋଜକ ଦେଶ ଭାରତ ୩ଟିଯାକ ମ୍ୟାଚ୍‌ ହାରି ବିଦାୟ ନେଇଛି। ପୁଣି ୩ଟି ମ୍ୟାଚ୍‌ରୁ ଭାରତ ଗୋଟିଏ ହେଲେ ଗୋଲ୍‌ ସ୍କୋର୍ କରି ପାରିନାହିଁ। କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦର୍ଶକ ଓ ସମର୍ଥକଙ୍କ ଗହଣରେ ଭାରତୀୟ ମହିଳା ଦଳ ତାଡ଼ର ୩ଟି ଯାକ ଲିଗ୍‍ ମ୍ୟାଚ୍‌ ଖେଳିଥିଲେ ମଧ୍ୟ କିଛି ଚମତ୍କାରିତା ଦେଖାଇ ପାରିନାହିଁ। ଦଳ ୩ଟି ମ୍ୟାଚରୁ ୧୬ଟି ଗୋଲ ବରଣ କରିଥିଲେ ମଧ୍ୟ ଗୋଟିଏ ହେଲେ ଦେଇ ପାରିନଥିଲା।
ସୋମବାର ଗ୍ରୁପ୍‌ ‘ଏ’ର ଶେଷ ଲିଗ୍‍ ମ୍ୟାଚ୍‌ରେ ବ୍ରାଜିଲ ୫-୦ ଗୋଲରେ ଭାରତକୁ ପରାସ୍ତକରି କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। ନକ୍‍ଆଉଟ୍‍ ଦୌଡ଼ରୁ ବାଦ୍‍ ପଡ଼ିଥିବା ଭାରତ ବିନା ଚାପରେ ସମ୍ମାନ ରକ୍ଷା ଲକ୍ଷ୍ୟରେ ଓହ୍ଲାଇଥିଲେ ମଧ୍ୟ ବ୍ରାଜିଲ କୌଣସି ସୁଯୋଗ ଦେଇନଥିଲା। ବ୍ରାଜିଲ ଗୋଲ ଦେବା ନେଇ ପ୍ରାରମ୍ଭରୁ ଜୋରଦାର ଉଦ୍ୟମ କରିଥିଲା। ୧୧ ମିନିଟ୍‍ରେ ବ୍ରାଜିଲର ବ୍ରେଚହନ ଗାବି ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୪୦ ମିନିଟ୍‍ରେ ବ୍ରାଜିଲ୍‌ ଆଲିନ ୨ୟ ଗୋଲ ଦେଇଥିଲେ। ଭାରତ ଗୋଲ ଦେବା ନେଇ ୨ଟି ସୁଯୋଗ ପାଇଥିଲେ ମଧ୍ୟ ହାତଛଡ଼ା କରିଥିଲା। ପ୍ରଥମାର୍ଦ୍ଧରେ ବ୍ରାଜିଲ ୨-୦ ଗୋଲରେ ଆଗୁଆ ଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବ୍ରାଜିଲର ପ୍ରାଧାନ୍ୟ ରହିଥିଲା। ୫୦ ମିନିଟ୍‍ରେ ବ୍ରାଜିଲ ପକ୍ଷରୁ ଆଲିନ ୩ୟ ଗୋଲ ଦେଇଥିବା ବେଳେ ଲାରା ୮୬ ମିନିଟ୍‍ରେ ୪ର୍ଥ ଓ ୯୩ ମିନିଟ୍‍ରେ ୫ମ ଗୋଲ ଦେଇଥିଲେ। ଭାରତ ଦ୍ୱିତୀୟାର୍ଦ୍ଧରେ ଗୋଲ ଦେବାର ଏକାଧିକ ସୁଯୋଗ ହାତଛଡ଼ା କରିଥିଲା। ବ୍ରାଜିଲ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ପାଇ ଗ୍ରୁପର ୨ୟ ସ୍ଥାନ ହାସଲ କରିଛି। ଭାରତ ପ୍ରଥମ ମ୍ୟାଚରେ ଆମେରିକା ନିକଟରୁ ୦- ୮ ଗୋଲରେ ଓ ୨ୟ ମ୍ୟାଚରେ ମରୋକ୍କୋ ନିକଟରୁ ୦-୩ ଗୋଲରେ ପରାଜିତ ହୋଇଥିଲା। ବ୍ରାଜିଲ ପ୍ରଥମ ମ୍ୟାଚରେ ମରୋକ୍କୋକୁ ପରାସ୍ତ କରିଥିବାବେଳେ ୨ୟ ମ୍ୟାଚ ଆମେରିକା ସହ ଡ୍ର ରଖିଥିଲା।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories