www.samajalive.in
Sunday, December 14, 2025
19.1 C
Bhubaneswar

ଅଷ୍ଟ୍ରେଲିଆଠାରୁ ବିଜୟ ଛଡ଼ାଇନେଲା ଭାରତ

ବ୍ରିସ୍‌ବେନ୍‌ : ଟ୍ବେଣ୍ଟି୨୦ ବିଶ୍ବକପ୍‌ ପୂର୍ବରୁ ଏହା ଏକ ଅଭ୍ୟାସ ମ୍ୟାଚ୍‌ ଥିଲେ ହେଁ କ୍ରିକେଟ୍‌ ଦୁନିଆର ନଜର ଏହା ଉପରେ ଥିଲା। ସୋମବାର ଅଭ୍ୟାସ ମ୍ୟାଚ୍‌ରେ ଘରୋଇ ଦଳ ହାତରୁ ବିଜୟ ଛଡ଼ାଇ ନେଇଛି ଭାରତ। ଶେଷ ୨ ଓଭରରୁ ଜିତିବା ପାଇଁ ଅଷ୍ଟ୍ରେଲିଆ ମାତ୍ର ୧୬ ରନ୍‌ ଆବଶ୍ୟକ କରୁଥିବା ​‌େ​ବଳେ ମାତ୍ର ୯ ରନ୍‌କରି ଏହି ୬ଟିଯାକ ୱିକେଟ ହରାଇ ୬ ରନ୍‌ରେ ପରାସ୍ତ ହୋଇଥିଲା। ଶେଷ ଓଭରରେ ଅଷ୍ଟ୍ରେଲିଆ ୧୧ ରନ୍‌ ଆବଶ୍ୟକ କରୁଥିବା ବେଳେ ମ୍ୟାଚ୍‌ରେ ଆଦୌ ବୋଲିଂ କରିନଥିବା ମହମ୍ମଦ ସାମି ପ୍ରଥମ ୨ଟି ବଲ୍‌ରେ ୪ ରନ୍‌ ଦେବା ପରେ ଶେଷ ୪ଟି ବଲ୍‌ରେ ୪ ଜଣ ଅଷ୍ଟ୍ରେଲୀୟ ଆଉଟ୍‌ ହୋଇଥିଲେ। ଏଥିରୁ ସାମି ୩ଟି ୱିକେଟ ନେଇଥିଲେ ଏବଂ ଆଷ୍ଟନ୍‌ ଏଗର ରନ୍‌ଆଉଟ୍‌ ହୋଇଥିଲେ। କେ.ଏଲ୍‌. ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୭ ୱିକେଟରେ ୧୮୬ ରନ୍‌ କରିଥିଲା। ପରେ ଆରୋନ୍‌ ଫିଞ୍ଚ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଅଷ୍ଟ୍ରେଲିଆ ଶେଷ ବଲ୍‌ରେ ୧୮୦ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଶେଷ ଅଭ୍ୟାସ ମ୍ୟାଚ୍‌ ଖେଳିବ।
ପ୍ରଥମେ ବ୍ୟାଟିଂର ଆହ୍ବାନ ପାଇ ଭାରତ ଓପ୍‌ନିଂ ଯୋଡ଼ିରେ ୭୮ ରନ୍‌ କରିଥିଲା। ରାହୁଲ ୩୩ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୫୭ ରନ୍‌ କରିଥିଲେ। ଅଧିନାୟକ ରୋହିତ ଶର୍ମା ୯ମ ଓଭରରେ ୧୪ ବଲ୍‌ରୁ ୧୫ ରନ୍‌କରି ବିଦାୟ ନେଇଥିଲେ। ବିରାଟ କୋହଲି ୧୩ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୯ ରନ୍‌ କରିଥିଲେ। ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ୍‌ରେ ମଧ୍ୟ ଚମକିଥିଲେ। ସୂର୍ଯ୍ୟ ୩୩ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୦ ରନ୍‌ କରିଥିଲେ। ହାର୍ଦିକ ପାଣ୍ଡ୍ୟା ୨ ଏବଂ ଦିନେଶ କାର୍ତ୍ତିକ ୧୪ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‌ କରିଥିଲେ। କେନ୍‌ ରିଚାର୍ଡସନ୍‌ ୪ଟି ୱିକେଟ ନେଇଥିଲେ। ୧୮୭ ରନ୍‌ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ଓପ୍‌ନର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂକରି ୩୪ ବଲ୍‌ରୁ ୬୪ ରନ୍‌ ଯୋଡ଼ିଥିଲେ। ମିଚେଲ ମାର୍ଶ ୧୮ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୫ ରନ୍‌ କରିଥିଲେ। ଷ୍ଟିଭେନ୍‌ ସ୍ମିଥ୍ ୧୧ ରନ୍‌ କରିଥିଲେ। ପରେ ଅଧିନାୟକ ଫିଞ୍ଚ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲ ୨୯ ବଲ୍‌ରୁ ୪୮ ରନ୍ ଯୋଡ଼ିଥିଲେ। ମ୍ୟାକ୍ସୱେଲ ୧୬ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍‌ କରିଥିଲେ। ଫିଞ୍ଚ୍‌ ୫୪ ବଲ୍‌ରୁ ୩ଟି ଛକା ଓ ୭ଟି ଚୌକା ସହ ୭୬ ରନ୍‌ କରିଥିଲେ। ପରବର୍ତ୍ତୀ ବଲ୍‌ରେ ଟିମ୍ ଡେଭିଡ୍‌ଙ୍କୁ ଚମତ୍କାର ଢଙ୍ଗରେ କୋହଲି ରନ୍‌ଆଉଟ୍‌ କରିଥିଲେ। ଶେଷ ୯ ରନ୍‌ରେ ୬ଟି ୱିକେଟ ହରାଇ ଅଷ୍ଟ୍ରେଲିଆ ଅଲ୍‌ଆଉଟ୍‌ ହୋଇଥିଲା। ଶେଷ ୪ ବଲ୍‌ରୁ ଅଷ୍ଟ୍ରେଲିଆ ୭ ରନ୍‌ ଆବଶ୍ୟକ କରୁଥିବା ବେଳେ କୋହଲିଙ୍କ ଦର୍ଶନୀୟ କ୍ୟାଚ୍‌ରେ ପ୍ୟାଟ୍‌ କମିନ୍‌ସ ଆଉଟ୍‌ ହୋଇଥିଲେ। ସାମି ୩ଟି ଓ ଭୁବନେଶ୍ବର କୁମାର ୨ଟି ୱିକେଟ ନେଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories