www.samajalive.in
Monday, December 15, 2025
16.1 C
Bhubaneswar

ସୁନେତ୍ର ଯୋଜନାରେ ୧୮୫ ଜଣଙ୍କ ଚକ୍ଷୁ ପରୀକ୍ଷା

ଗୁରୁଡିଝାଟିଆ : ରାଜ୍ୟ ସରକାରଙ୍କ ସୁନେତ୍ର ଯୋଜନାରେ ୧୮୫ ବିଦ୍ୟାର୍ଥୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁଡିଝାଟିଆ, ଛଅଗାଁ, ବାଳି, ଗୋବରା କ୍ଲଷ୍ଟର ଅଧିନସ୍ଥ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଚକ୍ଷୁ ପରୀକ୍ଷା କରି ପରାମର୍ଶ ଦିଆଯାଇଛି। ସୁନେତ୍ର ଯୋଜନାର ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର କ୍ରିଷ୍ଣା କାବେରୀ ପଟ୍ଟନାୟକ ଚକ୍ଷୁ ପରୀକ୍ଷା କରିଥିବା ବେଳେ ଚକ୍ଷୁ ସହାୟକ ଅମର ଦଳାଇ, ସନ୍ଦିପ ସାହୁ ଓ ଜିତେନ୍ଦ୍ର ଚୌଧୁରୀ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତିମୟୀ ସାହୁ, ବରିଷ୍ଠ ଶିକ୍ଷୟିତ୍ରୀ ଇତିଶ୍ରୀ ସାହୁ, ସାଗରିକା ନାଥ, ଭକ୍ତିଲତା ବେହେରା, ଲିସାଲିନ ପଟ୍ଟନାୟକ, ହେନାରାଣୀ ଓଝା, ସୁବ୍ରତ ସୋରେନ ଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ବିମ୍ବାଧର ନାୟକ, ବିବେକାନନ୍ଦ ଖିଲାର, କଲ୍ୟାଣୀ ବିଶ୍ୱାଳ ଓ ସିଆରସିସି ସମରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories